ଘନଘନ ବିଦ୍ୟୁତ କାଟ, ଜନତା ହନ୍ତସନ୍ତ…


ଉମରକୋଟ : ଉମରକୋଟ ସହର ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ଦିନଠୁ ଆରମ୍ଭ କରି ରାତି ମଧ୍ୟରେ ଛଅସାତ ଥର ବିଦ୍ୟୁତ କାଟ ହେଉଛି । କିନ୍ତୁ ତାହାର ସମାଧାନ ହୋଇ ପାରୁନି । ଯାହା ଫଳରେ ସାଧାରଣ ଜନତାଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପରୁଛି । ବିଶେଷକରି ପ୍ରସୁତି ମା, ଗର୍ଭବତୀ ମା, ଏବଂ ସଦ୍ୟଜାତ ଶିଶୁ ମାନଙ୍କର ଅବସ୍ଥା ସଂକଟାପନ୍ନ ହୋଇ ପଡ଼ୁଛି । ଏ ନେଇ ଉମରକୋଟର ସାଧାରଣ ଜନତା ଠୁ ଆରମ୍ଭ କରି ବିଭିନ୍ନ ମହୋଲରେ ଚାପା ଉତ୍ତେଜନା ସୃଷ୍ଟି ହେଉଛି ।

ଆମ ଗଣ ପ୍ରତିନିଧି ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ଥିଲେ । କିନ୍ତୁ ଯୋଗାଯୋଗ ନ ହେବାରୁ ଫୋନ କରାଯାଇ ଥିଲ । ଯନ୍ତ୍ରୀ ମହୋଦୟ ଫୋନ ଟେକିଲେ ନାହିଁ । ବିଦ୍ୟୁତ ବିଲ ହାର ଦିନକୁଦିନ ବଢୁଛି ଏବଂ ବିଦ୍ୟୁତ ବିଲ ଟଙ୍କା ଆଦାୟ କରିବାକୁ ୨, ୩ ଟା ଗାଡ଼ି ଧରି ୧୫, ୨୦ଜଣ ଯାଉଛନ୍ତି ଏବଂ ଟଙ୍କା ଆଦାୟ କରୁଛନ୍ତି । ଗରିବ ଖଟିଖିଆ ଲୋକ ଟଙ୍କା ଦେଇ ନ ପାରିଲେ ସାଙ୍ଗେ ସାଙ୍ଗେ କରେଣ୍ଟ କଟାଯାଉଛି ।

ଏଇଠି ଉଲ୍ଲେଖ ଥାଉକି କିଛି ମାସ ତଳେ ଉମରକୋଟ ବ୍ଲକ ଅନ୍ତର୍ଗତ ମହୁଲି ଗାଁ ରେ ବିଦ୍ୟୁତ ବିଲ ଆଦାୟ କୁ ନେଇଁ ଗ୍ରାମବାସୀ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ମାଢ଼ ଗଣ୍ଡଗୋଳ ହୋଇଥିଲା । ପୋଲିସ ପ୍ରଶାସନ ପହଂଚି ଗଣ୍ଡଗୋଳକୁ ସମାଧାନ କରିଥିଲେ । ସାଧାରଣ ଜନତା କହିବା କଥା ବର୍ତ୍ତମାନ ଟାଟା ପାୱାର ନେଲାପରେ ଏମିତି ଅରାଜକତା ଦେଖା ଯାଉଛି । ପୂର୍ବରେ ଏମିତି ନ ଥିଲା, ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ନେବା ଦରକାର । ନ ହେଲେ ଆଗାମି ଦିନରେ ବଡ଼ ସମସ୍ୟା ହେଇ ପାରେ ।ବଡ଼ ଦୁଃଖର ବିଷୟ ଟାଟା ପାୱାର ବିଦ୍ୟୁତ ବିଭାଗ ଦାୟିତ୍ବ ନେଇକି ପ୍ରାୟ ୩ ବର୍ଷ ବିଗତ ହେବାକୁ ଗଲାଣି କିନ୍ତୁ ଅଫିସର ନାମ ଫଳକ ପରିବର୍ତ୍ତନ ହୋଇ ନାହିଁ ।

nis-ad
Leave A Reply

Your email address will not be published.