ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ, ସାନଭାଇର ମୃତ୍ୟୁ ଓ ବଡ଼ଭାଇ ଗୁରୁତର

ଖୋର୍ଦ୍ଧା: ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବିପିନ ରାଉତ । ଗୁରୁତରଙ୍କ ନାଁର ବିକ୍ରମ ରାଉତ ।

ଆଜି ସକାଳେ ବିକ୍ରମ ରାଉତ ଗାଁ ମନ୍ଦିର ପାଖରେ ଛିଡା ହୋଇଥିବାବେଳେ ଦୁଇଜଣ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସାନଭାଇ ବିପିନ ରାଉତଙ୍କୁ ମଧ୍ୟ ଗୋଡାଇ ଗୋଡାଇ ହାଣିଥିଲେ । ଘଟଣାସ୍ଥଳରେ ହିଁ ବିପିନଙ୍କ ମୃତ୍ୟୁ ହୋଇଛି। ବଡ଼ଭାଇ ବିକ୍ରମ ରାଉତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଆକ୍ରମଣକାରୀ ସେହି ଗାଁର ବୋଲି ଜଣାପଡିଛି। ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

nis-ad
Leave A Reply

Your email address will not be published.