ଦନ୍ତା ଆକ୍ରମଣରେ ଜଣେ ଶ୍ରମିକ ମୃତ

ଟାଙ୍ଗୀ : ଦଳିଦେଲା ଦନ୍ତା, ଶ୍ରମିକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟ ବେହେରା । ରଣପୁର ବ୍ଲକ ନାଟିନୀ ଗାଁର ୩ଜଣ ବ୍ୟକ୍ତି କମାଗୁରୁ ଗାଁକୁ ସାଇକେଲରେ କୂଅ ଖୋଳିବାକୁ ଆସୁଥିବା ବେଳେ ଗାଁ ନିକଟ ଜଙ୍ଗଲ ରାସ୍ତାରେ ଏକ ହାତୀ ଆକ୍ରମଣ କରିଥିଲା ।

ଫଳରେ ୨ଜଣ ଦୌଡି ପଳାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ ସତ୍ୟବ୍ରତ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସତ୍ୟବ୍ରତଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି।

nis-ad
Leave A Reply

Your email address will not be published.