ୱାସିଂଟନ୍: ହିନ୍ଦୁ ପର୍ବ ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଶୁକ୍ରବାର ଦିନ ଜଣେ ବିଶିଷ୍ଟ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଚିଠା ଆଗତ କରିଛନ୍ତି।
ଏହି ଚିଠା ବା ‘ବିଲ୍’ ଆଗତ କରିଥିବା ମହିଳା କଂଗ୍ରେସ ସାଂସଦ ଗ୍ରେସ୍ଡ୍ ମେଙ୍ଗ୍ ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସମଗ୍ର ବିଶ୍ବରେ କୋଟି କୋଟି ଜନତା ତଥା କୁଇନ୍ସ୍, ନ୍ୟୁୟର୍କ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଅଗଣିତ ପରିବାର ଏବଂ ସମ୍ପ୍ରଦାୟଙ୍କ ଲାଗି ଦୀପାବଳି ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନମାନଙ୍କରୁ ଗୋଟିଏ ଦିନ।
‘ଦି ଦିୱାଲି ଡେ ଆକ୍ଟ୍’ କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇଁ ପଠାଯିବ। ରାଷ୍ଟ୍ରପତି ସ୍ବାକ୍ଷର କଲେ ଆମେରିକାରେ ଦୀପାବଳି ହେବ ସରକାରୀ ସ୍ବୀକୃତିପ୍ରାପ୍ତ ୧୨ଶ ଛୁଟି ଦିବସ।
ଆମେରିକା କଂଗ୍ରେସ୍ ସାଂସଦ ଗ୍ରେସ୍ଡ୍ ମେଙ୍ଗ୍ ଆହୁରି ମଧ୍ୟ କହିଛନ୍ତି, କୁଇନ୍ସ୍ରେ ଦୀପାବଳି ଉତ୍ସବ ପାଳନ ଅତି ଚମତ୍କାର। କେତେ ଲୋକଙ୍କ ପାଇଁ ଏହି ପର୍ବ କେତେ ଗୁରୁତ୍ବ ବହନ କରେ ତାହା ଏଠାରେ ଦେଖିବା କଥା। ଏହି ଦେଶ ଗଢ଼ିଥିବା ବିବିଧ ଅନୁଭୂତି, ସଂସ୍କୃତି ଏବଂ ସମ୍ପ୍ରଦାୟରୁ ହିଁ ଆମେରିକାର ସାମର୍ଥ୍ୟ ସୃଷ୍ଟି ହୁଏ।
ସେ ପୁଣି କହିଛନ୍ତି, ଏହି ଦିବସର ଗୁରତ୍ବ ବିଷୟରେ ଆମେରିକୀୟଙ୍କୁ ଅବଗତ କରାଇବା ଏବଂ ଆମେରିକୀୟ ବିବିଧତାକୁ ମହା ଆଡ଼ମ୍ବରରେ ପାଳନ କରାଇବା ଲାଗି ମୋ ‘ଦିୱାଲି ଡେ’ ଆକ୍ଟ’ ହେଉଛି ସାମାନ୍ୟ ଚେଷ୍ଟା। କଂଗ୍ରେସ ଏହି ‘ବିଲ୍’ ଅନୁମୋଦନ କରିବ ବୋଲି ଆଶା।
Sign in
Sign in
Recover your password.
A password will be e-mailed to you.
Next Post