ନାବାଳିକାର ଗଳା କାଟି ହତ୍ୟା ଘଟଣା, ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ

ଅନୁଗୁଳ : ବହୁ ଚର୍ଚ୍ଚିତ ଅନୁଗୁଳ ଜିଲ୍ଲା କୁଇଓ ଗାଁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଗତ ମେ’ ୮ ତାରିଖରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କରାଯାଇଥିଲା ।

ପ୍ରାୟ ୨୦ ଦିନ ପରେ ଅଭିଯୁକ୍ତ ରଞ୍ଜନ ବେହେରାକୁ ପୋଲିସ୍‌ ଛତିଶଗଡ଼ରୁ ଗିରଫ କରିଛି । ଅନୁଗୋଳ ସଦର ପୋଲିସ୍‌ର ଏକ ଟିମ୍‌ ଅଭିଯୁକ୍ତ ରଞ୍ଜନକୁ ଗିରଫ କରିଛି । ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

nis-ad
Leave A Reply

Your email address will not be published.