୬ବର୍ଷର ଶିଶୁ କନ୍ୟାକୁ ଦଳିଦେଲା ହାତୀ

ସୋର: ଦଦଳିଦେଲା ହାତୀ । ୬ବର୍ଷର ଶିଶୁକନ୍ୟା ମୃତ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ୪ ସଦସ୍ୟ । ସୋର ବ୍ଳକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗାଁର ଘଟିଛି ଏଭଳି ଘଟଣା । ଗାଁର ନିଶିକାନ୍ତି ଦେଉରୀ ଘରେ ଖାଇପିଇ ଶୋଇଥିବା ବେଳେ ଘର ଭିତରକୁ ହାତୀ ପଶି ଆସିଥିଲା ।

ହାତୀକୁ ଦେଖି ନିଶିକାନ୍ତ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ଘରୁ ବାହାରକୁ ବାହାରି ଯାଇଥିବା ବେଳେ ପରୀ ହାତୀ ହାବୁଡରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ପରୀକୁ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ତଦନ୍ତ ଚଳାଇଛି ବନ ବିଭାଗ ।

nis-ad
Leave A Reply

Your email address will not be published.