ଫୁଲବାଣୀ : କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ତରଫରୁ ଦୁଇ ଐତିହାସିକ ତଥା କେ ଆଇ ଜୀ ଏମ କଲେଜ ଲାଇନପଡ଼ାର ଅଧ୍ୟକ୍ଷ ଡଃ ତ୍ରୈଲୋକ୍ୟନାଥ ସେନାପତି ଏବଂ ଐତିହାସିକ ତଥା ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର କନ୍ଧମାଳ ଜିଲ୍ଲାର ପୁରୁନାଗଡକୁ ବଞ୍ଜୁଲୋକ୍ ସନ୍ଧାନରେ ଯାଇଥିବା ବେଳେ ଏକ ପ୍ରାଚୀନ ମୂର୍ତ୍ତି, ତମ୍ବାପଟା ଓ ଏକ ମନ୍ଦିରର ଭଗ୍ନାବଶେଷ ସନ୍ଧାନ କରିଛନ୍ତି। ପ୍ରାଚୀନ ମୂର୍ତ୍ତିଟି ବ୍ରାସ ନିର୍ମିତ ଭଳି ମାନେ ହୁଏ ଯାହାର ଗଠନ ଶୈଳୀ ସିନ୍ଧୁ ସଭ୍ୟତାର ଆବିଷ୍କୃତ ମୂର୍ତ୍ତିର ଶୈଳୀ ସହ ସାମଞ୍ଜସ୍ୟ ରଖେ। ଏହା ଏକ ନାରୀ ମୂର୍ତ୍ତି, ଯିଏ ମୁଣ୍ଡରେ ଗୋଟିଏ ପାତ୍ର ଏବଂ ଦୁଇ ହାତରେ ଦୁଇଟି ପାତ୍ର ଧାରଣ ପୂର୍ବକ ଆଦିବାସୀ ଅଳଙ୍କାର ପରିଧାନ କରିଛି। ତମ୍ବାପଟାଟି ଏକ ଆଧୁନିକ ଭିଜିଟିଂ କାର୍ଡ଼ ପରି ତତ୍କାଳୀନ ବିଶୋଇ ପରିବାରଙ୍କୁ କନ୍ଧମାଳର ପୂଜାପଣ୍ଡା, ତରଫରୁ ପ୍ରଦାନ କରାଯାଇଛି ।ଯାହା ଓଡ଼ିଆ ଲିପିରେ ଲିଖିତ ଅଟେ। ଏହାର ଭାଷା ଓ ଗଠନ ଶୈଳୀ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା ବ୍ରିଟିଶ ଶାସନ ପୂର୍ବର ତମ୍ବାପଟା। ଏହାର ମଧ୍ୟ ଭାଗରେ ରୁଦ୍ରାକ୍ଷ ମାଳି ଓ ଧୋତି ପଞ୍ଜାବୀ ପରିଧାନ ପୂର୍ବକ ମୁଣ୍ଡରେ ଏକ ଉତ୍ତର ପୂର୍ବ ଭାରତରେ ବ୍ୟବହୃତ ଟୋପି ଟିଏ ପିନ୍ଧିଛନ୍ତି। ଏହାର ଲେଖାକୁ ଏବଂ ଚିତ୍ରିତ ଫଟୋରୁ ଅନୁମାନ କରାଯାଏ ଯେ ଏହା ଉତ୍ତର ଭାରତର କୌଣସି ତୀର୍ଥ ସ୍ଥାନରୁ ପ୍ରଦାନ କରାଯାଇଛି। ଏଥିରୁ ଏହା ମଧ୍ୟ ପ୍ରମାଣିତ ହୁଏ କି ରାଜତନ୍ତ୍ର ଶାସନ ସମୟରେ ପୁରୁନାଗଡର ବିଶୋଇ ପରିବାରଙ୍କ ଆଧିପତ୍ୟ ଏହି ଅଞ୍ଚଳରେ ଥିଲା ଏବଂ ବର୍ତ୍ତମାନ ମଧ୍ଯ ରହିଛି । ସେମାନେ ବ୍ୟବହାର କରୁଥିବା ବିଭିନ୍ନ ଅସ୍ତ୍ର ଶସ୍ତ୍ର ମଧ୍ୟ ଅଦ୍ୟାବଧି ସେମାନଙ୍କ ପୁଜାଘରେ ପୂଜା ପାଇଁ ଆସୁଛି ।ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନାରୁ ପ୍ରମାଣିତ ହୁଏ ଯେ ଏହା ନିଶ୍ଚିତ ଭାବେ ଭଞ୍ଜ ରାଜବଂଶ ପ୍ରତିଷ୍ଠିତ ବଂଶ ଲୋକ ଏଥିରେ ସନ୍ଦେହ ନାହିଁ।
Sign in
Sign in
Recover your password.
A password will be e-mailed to you.