ଦୁଇ ଫେରାର ନିଶା ବେପାରୀଙ୍କ ଘରେ ନୋଟିସ ଲଗାଇଲା ନାଗପୁର ଓ ମାଲକାନଗିରି ପୁଲିସ…

ମାଲକାନଗିରି, ୧୬।୫ ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗ୍ରାମର ମନୋଜ ମାଡକାମୀ ନାମକ ବ୍ୟକ୍ତିଙ୍କ ନାମରେ ନାଗପୁର ସହର କାଲମାନା ଥାନରେ ଏନ୍‌ଡିପିଏସ୍ ମାମଲା ରହିଥିବା ବେଳେ ନାଗପୁର ପୁଲିସ ‌ମନୋଜକୁ ଖୋଜୁଥିବାରୁ ସେ ଫୋରର ରହିଛି । ତେବେ ବାରମ୍ବାର ନୋଟିସ ପରେ ମଧ୍ୟ ଅଭିଯୁକ୍ତ ମନୋଜ ଫେରାର ଥିବାରୁ ନାଗପୁର କୋର୍ଟର ନିର୍ଦ୍ଦେଶକ୍ରମେ ନାଗପୁର ସହରର ପୁଲିସ ଓ ମାଲକାନଗିରି ପୁଲିସ ମନୋଜ ଘର ସମ୍ମୁଖରେ ନୋଟିସ ଲଗାଇ ମନୋଜକୁ କୋର୍ଟରେ ହାଜର ହେବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି । ସେହିପରି ଅନ୍ୟ ଏକ ମାମଲାରେ ମାଲକାନଗିରି ଥାନା ଅନ୍ତର୍ଗତ ପୂଜାରିମୁଣ୍ଡା ଗ୍ରାମର ଅଭିଯୁକ୍ତ ରାମ ଗୌଡ(୫୩)ଙ୍କ ଘର ସମ୍ମୁଖରେ ମାଲକାନଗିରି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ପୁଲିସ ପକ୍ଷରୁ ପଳାତକ ନୋଟିସ ଲଗାଯାଇଛି । ଅଭିଯୁକ୍ତ ରାମ କୋର୍ଟରେ ହାଜର ହେଉନଥିବା ବେଳେ ନିର୍ଦ୍ଦିଷ୍ଟ ତାରିଖରେ କୋର୍ଟରେ ହାଜର ନହେଲେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ପୁଲିସ ପକ୍ଷରୁ ପୂଜାରୀମୁଣ୍ଡା ଗ୍ରାମରେ ଡେଙ୍ଗୁରା ବାଜା ବଜାଇ ଏହାକୁ ଘୋଷଣା କରାଯାଇଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.