କାହାର ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଜିଲ୍ଲା ପ୍ରଶାସନ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ…!!

ବ୍ରିଜ ମରାମତିରେ ଉଦାସୀନତା କାହିଁକି.. !!

ବାଲିମେଳା:(୧୬/୦୫/୨୦୨୩) ଏକ ସୁସ୍ଥ ଗଣତାନ୍ତ୍ରିକ ବାତାବରଣରେ ଗଣମାଧ୍ୟମର ଭୂମିକା ଏତେ ମାତ୍ରାରେ ଗୁରୁତ୍ଵପୂର୍ଣ୍ଣ ହୋଇଛି ଯେ ଏହାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଛି । ତେବେ ଅନ୍ୟ ତିନୋଟି ସ୍ତମ୍ଭ ଯଥା ଶାସନ,ପ୍ରଶାସନ ଓ ନ୍ୟାୟିକ କଳଙ୍କ ଆଭିମୁଖ୍ୟ ତଥା ସ୍ପଷ୍ଟୋକ୍ତି ପ୍ରତ୍ୟେକ ସମୟରେ ଗଣମାଧ୍ୟମ ଜରିଆରେ ହିଁ ଲୋକ ଲୋଚନକୁ ଆସିଥାଏ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଗଣମାଧ୍ୟମର କର୍ତ୍ତବ୍ୟ ଜନ ସାଧାରଣଙ୍କ ମୌଳିକ ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରିବା । କିନ୍ତୁ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ ସତ୍ତ୍ବେ ଶାସନ କଳ ଏବଂ ପ୍ରଶାସନର ଅପାରଗତା ଗଣତନ୍ତ୍ରରେ ଆଜି ଆହ୍ଵାନ ହେଇ ଠିଆ ହୋଇଛି।
ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ୭ନଂ ୱାର୍ଡ଼ରୁ । ଏହି ୱାର୍ଡ଼ ଅଧୀନସ୍ଥ ଏକ ବ୍ରିଜ ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ପ୍ରାୟ ଏକ ବର୍ଷ ଧରି ପଡ଼ି ରହିଛି । ତେବେ ପ୍ରକାଶ ଥାଉ କି କେବଳ ନିସର୍ତ୍ତ ଗଣମାଧ୍ୟମ ଜରିଆରେ ହିଁ ସ୍ଥାନୀୟ ପ୍ରଶାସନଙ୍କ ଦୃଷ୍ଟି ଗୋଚରକୁ ଆଣିବା ପାଇଁ ଏକାଧିକ ଥର ଖବର ପ୍ରସାରଣ ହୋଇଛି । ପ୍ରଥମେ ତା:୩୧/୦୫/୨୦୨୨ରିଖ ଓ ପରବର୍ତ୍ତୀ ସମୟରେ ତା:୧୨/୦୯/୨୦୨୨ରିଖ ଦିନ ଦ୍ୱିତୀୟ ଥର ପାଇଁ ଖବର ପ୍ରସାରଣ ହେଲା ସତ କିନ୍ତୁ ପ୍ରଶ୍ନ ଉଠୁଛି କେଉଁ ପ୍ରକାରର ଅଭିସନ୍ଧି ଭିତରେ ସ୍ଥାନୀୟ ଶାସନ କଳ ନୀରବୀ ଗଲେ ? କେଉଁ ସର୍ତ୍ତରେ ସ୍ଥାନୀୟ ପ୍ରଶାସନ ଅନ୍ଧ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି ? ନିର୍ବାଚନର ଆପାତତଃ ଦେଢ଼ ବର୍ଷ ବିତି ଯାଇଥିବା ପରେ ସୁଦ୍ଧା କାହାର ଅପ୍ରତ୍ୟାଶିତ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି ? ଯଦି ଏହି ଘଟଣା ଖୋଦ୍ ଉପାଧ୍ୟକ୍ଷାଙ୍କ ୱାର୍ଡ଼ରେ ତେବେ କ’ଣ ଅବସ୍ଥା ଥିବ ସାରା ଅଞ୍ଚଳର ତାହା ନିଶ୍ଚିତ ଭାବେ ସମ୍ବେଦନଶୀଳ।
ତେବେ ଘଟଣାକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ନାୟକ ଯଦିଓ ଆଜି ଅର୍ଥାତ୍ ମଙ୍ଗଳବାର ସୁଦ୍ଧା କାର୍ଯ୍ୟାଦେଶ ବାହାରିବ ବୋଲି ପ୍ରତିକ୍ରିୟା ଦେଇଥିଲେ କିନ୍ତୁ ଖବର ପ୍ରସାରଣ ହେବା ଯାଏଁ କୌଣସି ପ୍ରକାରର ସକାରାତ୍ମକ ପଦକ୍ଷେପ ଦେଖିବାକୁ ନ ମିଳିବା କାହା ଅପାରଗତାକୁ ବୟାନ କରୁଛି ତାହା ସ୍ପଷ୍ଟ ଅନୁମେୟ । ଦେଖିବାକୁ ଅପେକ୍ଷା ରହିଲା ଯେ ଆଉ କେତେ ଥର ସମ୍ବାଦ ପରିବେଷଣ ପରେ ନିଦ ଭାଙ୍ଗିବ ଜିଲ୍ଲା ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କର ଏବଂ ଜଡ ଅବସ୍ଥାରୁ ପ୍ରକୃତିସ୍ଥ ହେବେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାହା ସମୟ ସାଫେକ୍ଷ…!

nis-ad
Leave A Reply

Your email address will not be published.