ପାଟଣାସାହି଼ରେ ରାମଚାରିତ ମାନସ ପ୍ରବଚନ ଉଦ୍‌ଯାପିତ…

ହିଞ୍ଜିଳିକାଟୁ (୧୬।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସୋମବାରଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମଙ୍ଗଳବାର ପର୍ଯ୍ୟନ୍ତ ୯ ଦିନିଆ ରାମଚରିତ ମାନସ ପ୍ରବଚନ ମହାଆଡମ୍ଵର ସହକାରେ ଉଦଯାପିତ ହୋଇଯାଇଛି । ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର ଙ୍କ ପୌରୋହିତରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଳକ ପୂର୍ଵତନ ଅଧ୍ୟକ୍ଷ ଏନ ରଘୁନାଥ ,ସମାଜସେବୀ ଆରତି ଦେବି, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ,ବିଜେଡି ନେତା ଅଜୟ କୁମାର ମହାରଣା, ପ୍ରଦିପ କୁମାର ପଣ୍ଡା ଯୋଗ ଦେଇ ୨୪ ତମ ସ୍ବନକ୍ଷଡ୍ର ତଥା “ଶାଶ୍ବତ କଥା ” ପତ୍ରିକା ଉନ୍ନୋଚନ କରିଥିଲେ । ପରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଛି।

୯ ଦିନ ଵ୍ୟାପି ପ୍ରତୋହ ୩ ଘଣ୍ଟା ଧରି ଆଧ୍ୟାତ୍ମିକ ପରିଵେଶ ମଧ୍ୟରେ ବିଶିଷ୍ଠ ପ୍ରବକ୍ତା ତଥା ହନୁମାନ ପ୍ରବଚକ ପଣ୍ଡିତ କୈଳାସ ଚନ୍ଦ୍ର ପଣ୍ଡା ଙ୍କ ମୁଖରୁ ସୁନ୍ଦର ପ୍ରଵଚନ ଏବଂ ଭଜନ ପରିବେଷଣ କୁ ଆନନ୍ଦ ମୁଖର କରୁଥିବା ବେଳେ ଵ୍ୟାସଭାଵେ ପଣ୍ଡିତ ପଦ୍ମଚରଣ ଦାସ, ପୂଜକ ଜଗନ୍ନାଥ ପାଠି ଓ କର୍ତ୍ତାଭାବେ ବିଜୟ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ ।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ପ୍ରବଚକ ଶ୍ରୀ ପଣ୍ଡା ରାମଚରିତ ମାନସର ତତ୍ୱକୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । କାର୍ଯ୍ୟକ୍ରମକୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା ,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ , କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଶଙ୍କର ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଅଧ୍ୟାପକ ଅରୋବିନ୍ଦ ପଣ୍ଡା, ଗୌରହରି ପୃଷ୍ଟିଙ୍କ ସହ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.