ଶେରଗଡ଼ ପୋଲସ ଦ୍ୱାରା ୧୦୩୪ କେଜି ଗଂଜେଇ ପୋଡି ନଷ୍ଟ

ଶେରଗଡ଼ ୨୦/୦୪ : ବିଗତ ଦିନମାନଙ୍କରେ ପୋଲିସ ଜବତ କରି ରଖିଥିବା ଗଞ୍ଜେଇକୁ କୋର୍ଟଙ୍କ ରାୟ ପରେ ଗଞ୍ଜାମ ଜିଲ୍ଲାରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡି ନଷ୍ଟ କରାଯାଇଅଛି l ଗୋଟିଏ କେସ ମାଧ୍ୟମରେ ଶେରଗଡ଼ ଥାନା ଦ୍ୱାରା ୧୦୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦୩୯ କେଜି ଶେରଗଡ଼ ବ୍ଲକ ଅରଖପଦା ସରକାରୀ ସ୍ୱୀକୃତି ପ୍ରାପ୍ତ ଚିମିନୀରେ ପୋଡି ନଷ୍ଟ କରାଯାଇଛି l ଏହି ଚିମିନୀରେ ୪ ଗୋଟି ଜିଲ୍ଲାର ମେଡିକାଲରୁ ବାହାରୁଥିବା ବଜ୍ୟବସ୍ତୁ, ପୋଲିସ ଜବତ କରୁଥିବା ଗଞ୍ଜେଇ ଆଦିକୁ ପୋଡ଼ି ନଷ୍ଟ କରାଯିବା ପାଇଁ ମେସିନ ସ୍ଥାପିତ କରାଯାଇଛି । ଜବତ ଗଞ୍ଜେଇକୁ ଆଜି ସକାଳୁ ପୋଲିସ କମିଟିର ସମସ୍ତ ଅଧିକାରୀଙ୍କ ଉପସ୍ଥିତି ଏକ ଟିମ ଗଠନ କରାଯିବା ପରେ ଉକ୍ତ ଗଞ୍ଜେଇକୁ ଅରଖପଦା ଚି଼ମୀନିକୁ ନିଆଯାଇଥିଲା l ସେଠାରେ ଗଞ୍ଜାମ ଡେପୁଟି ଜିଲ୍ଲାପାଳ ବିଶ୍ୱନାଥ ରଥ ,ଏସପି ଜଗନ ମୋହନ ମିନା,ଆଇଜି ସତ୍ୟବ୍ରତ ଭୋଇ, ଡ଼ିଏସପି ସୁଜିତ ନାୟକ, ଏକ୍ସାଇଜ ଏସପି ଦେବି ପ୍ରସାଦ ଦାସ, ହେଡକ୍ୱାଟର ଇନସିପେକ୍ଟର ଏସ ଏସ ମନ୍ଦାନା,ଶେରଗଡ଼ ଆଇଆଇସି ମନୋଜ କୁମାର ପ୍ରଧାନ,ସାଇଣ୍ଟିଫିକ ଅଫିସର ଦିପ୍ତୀରଂଜନ ପାଢ଼ୀ ଓ ଆସିକା ଏସଡିପିଓ ଉମା ଚରଣ ସିଂ ଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ପୋଡି ନଷ୍ଟ କରାଯାଇଛି। ସରକାରଙ୍କ ଗଞ୍ଜେଇ ଧରିବା ଓ ସରକାରୀ ସ୍ତରରେ ନଷ୍ଟ କରିବା ପ୍ରକିୟାକୁ ବୁଦ୍ଧିଜୀବୀ ସ୍ତରରେ ପ୍ରଶଂସା କରିଛନ୍ତି।

nis-ad
Leave A Reply

Your email address will not be published.