ଦାରିଙ୍ଗବାଡିରେ ସ୍ଵୀକୃତି ସଚେତନତା ଶିବିର

ଦାରିଙ୍ଗବାଡି,୨୦/୪ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ୍ ପ୍ରଶାସନର ସହାୟତା କ୍ରମେ ସ୍ଵାତୀ ପକ୍ଷରୁ `ସ୍ଵୀକୃତି’ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ସିଡିପିଓ ଅଞ୍ଜଳି ମହାପାତ୍ର, ଏବିଡିଓ କୃପାଶିନ୍ଧୁ ବେହେରା, ବିଇଓ ରସାନନ୍ଦ କର, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ସ୍ଵାତୀର ସମ୍ପାଦକ ହରିଶଙ୍କର ରାଉତ, ଏସଆଇ ଲକ୍ଷ୍ମୀ ମାଝୀ ଯୋଗ ଦେଇଥିଲେ । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ସାମାଜିକ ଓ ସୁରକ୍ଷା ବିଭାଗ ପକ୍ଷରୁ ସ୍ଵୀକୃତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅଞ୍ଚଳରେ ରହିଥିବା କିନ୍ନର ମାନଙ୍କୁ ସମାନ ସୁଯୋଗ ପ୍ରଦାନ, ସମାନତା ଓ ସାମାଜିକ ନ୍ୟାୟ ନିଶ୍ଚିତ କରିବା, ସଶକ୍ତିକରଣ ଓ ସୁରକ୍ଷା ପ୍ରଦାନ ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା। ସ୍ଵାତୀ ଅନୁଷ୍ଠାନର ସଦସ୍ୟ ପ୍ରଦୀପ ସ୍ୱାଇଁ ସଭା ପରିଚାଳନା କରିଥିଲେ । ସ୍ଵାତୀର କାର୍ଯ୍ୟନିର୍ବାହୀ ସୁନିଲ ସୁବୁଦ୍ଧି ଓ ଦେବାଶିଷ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.