ପାଣିପାଇଁ ଡହଳବିକଳ ପୋଡାପାଡି ଗ୍ରାମବାସୀ

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ଗ୍ରାମ ପଞ୍ଚାୟତରେ ଛଅ ମାସ କାଳ ହେବ ପାଣି ଟୋପାଏ ପାଇଁ କାନ୍ଦୁଛନ୍ତି ଗ୍ରାମବାସୀ | ପୋଡାପାଡ଼ି ଗ୍ରାମର ଦୁଃଖ ସରପଞ୍ଚ କି ପିଓ ଙ୍କୁ ଜଣାଇଲେ ବି ଦୁଃଖ ଜାଣିପାରୁନାହାନ୍ତି ବହୁବାର ଜଣାଇଲେ ବି ଆଜି ହେବ କାଲି ହେବ କହିକି ଦିନ ବିତିଯାଉଛି କିନ୍ତୁ ସମାଧାନ କରିବାକୁ ବାହାରୁନାହାନ୍ତି | ସମୟ ମାଗୁଛନ୍ତି କିନ୍ତୁ ସମୟ ରେ କିଛି କାମ ହେଉନି | ଗ୍ରାମବାସୀ କହିବା କଥା ନାଳ ରୁ ଛଅ ମାସ ହେବ କାଦୁଅ ପୋକ ଜୋକ ଥିବା ପାଣି ଛାଣି କି ପିଇବାକୁ , ଯାହାକି ସେମାନଙ୍କୁ ରୋଗ ରେ ବି ଆକ୍ରାନ୍ତ ହେଉଛନ୍ତି ବୋଲି କହିଛନ୍ତି | ସରକାର ଙ୍କ ଏହି ବସୁଧା ପାନୀୟ ଜଳ ଯୋଜନା ଅଛି କିନ୍ତୁ ଝାଉଁଳି ପଡିଛି | ଆମେ ପିଓ ଙ୍କୁ ଏବଂ ସରପଞ୍ଚ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କେ ସେହି କଥା କହିଥିଲେ ହେଇଯିବ କାଲିକୁ କାଲିକୁ ବୋଲି କହିଚାଲିଛନ୍ତି | ପାଇପ ପାଣି ଅଛି କିନ୍ତୁ ଖାଲି କିଛି ଲୋକଙ୍କ ଘର ପାଇ ଆଉ କାହା ପାଇ ନୁହ କିନ୍ତୁ ପାଇପ ପୋଡାପାଡ଼ି ଗ୍ରାମବାସୀ ଙ୍କ ପାଇଁ କରାଯାଇଛି | ଗ୍ରାମ ପଞ୍ଚାୟତ ରେ ସହ ସହ ଟଙ୍କା ଅଛି କିନ୍ତୁ ସମସ୍ୟା ସମାଧାନ ହେଇପାରୁନି | ସେ ସବୁ ଟଙ୍କା କାହା ପେଟ କୁ ଯାଉଛି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି | ଏବେ ଖାଲି ଦେଖିବାକୁ ବାକି ରହିଲା ଖବର ପ୍ରକାଶ ହେଲା ପରେ କଣ ପଦକ୍ଷେପ ନେଉଛନ୍ତି ଉପର ଅଧିକାରୀ।

nis-ad
Leave A Reply

Your email address will not be published.