ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ – ତଥା- ଆକାଂକ୍ଷୀ ଜିଲ୍ଲା ଦାୟିତ୍ବରେ ଥିବା ସଚିବ ଏସ୍.କେ. ବଶିଷ୍ଠ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି ।ଆସନ୍ତା କାଲି ଓ ତା’ ପରଦିନ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି । ପାୱାର ପଏଣ୍ଟ ମାଧ୍ୟମରେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସୂଚନା ଦେବା ସହିତ ଆକାଂକ୍ଷୀ ଜିଲ୍ଲା ସଚିବ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ବୃଦ୍ଧିପାଇଥିବା ବେଳେ ମାତୃ ମୃତ୍ୟୁ ହାର ପୂର୍ବ ବର୍ଷମାନଙ୍କ ତୁଳନାରେ କମୁଛି । ପ୍ରମୁଖ ସଚିବ ଆର୍ଥିକ ଅନଗ୍ରସର ପରିବାର ମା’ମାନଙ୍କର ପୃଷ୍ଟିସାଧନ ପାଇଁ ହାତକୁ ନିଆଯାଇଥିବା କିଚେନ୍ ଗାର୍ଡନ, ଏ.ଏନ୍.ଏମ୍. ମାନେ ଦେଉଥିବା ମାସିକ ରିପୋର୍ଟ, ସେକ୍ସ ଅନୁପାତ, ଅଙ୍ଗନୱାଡ଼ି ପିଲା ଓ ଗର୍ଭବତୀ ମା’ମାନଙ୍କୁ ଦିଆଯାଉଥିବା ଖାଦ୍ୟ ତାଲିକା, ଟୀକାକରଣ, ଟିବି ଚିକିତ୍ସା, ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ନିର୍ମାଣ, ବିଶେଷଜ୍ଞ ମାନଙ୍କ ଉପଲବ୍ଧତା, ଗ୍ରାମ୍ୟ ସ୍ୱାସ୍ଥ୍ୟ, ପରିମଳ,ପୋଷଣ ଦିବସ, ଜିଲ୍ଲାରେ ଆବଶ୍ୟକ ହେଉଥିବା ଅଣ୍ଡା ଓ କୁକୁଡ଼ା ଫାର୍ମଗୁଡ଼ିକରୁ ବାହାରୁଥିବା ଅଣ୍ଡା ପରିମାଣ, ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପଡ଼ାମାନଙ୍କୁ ଥିବା ସବୁଦିନିଆ ରାସ୍ତା, ନିଜ ପାଇଖାନା ଥିବା ଗୃହ, ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଉପଲବ୍ଧ ହେଉଥିବା ଗ୍ରାମୀଣ ବସ୍ତି, ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର, ମାଇକ୍ରୋ ଜଳସେଚନ ବ୍ୟବସ୍ଥା, ସ୍କିମ୍ ଭିତରେ ଓ ବାହାରେ ଥିବା ପରିବା ଚାଷ ଏରିଆ, ମନରେଗା ଅଧୀନରେ ପୁନରୁଦ୍ଧାର ହୋଇଥିବା ଜଳାଶୟ ସଂଖ୍ୟା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ହୋଇଥିବା ଫସଲ ବୀମା, କୃଷି ଋଣ, ପ୍ରମାଣିତ ଗୁଣାତ୍ମକ ବିହନ ବିତରଣ, ଇ-ଜାତୀୟ କୃଷି ମାର୍କେଟ ଯୋଜନାରେ ଇଲେକ୍ଟ୍ରୋନିକ ମାର୍କେଟ ସହ ଜଡ଼ିତ ମଣ୍ଡି ସଂଖ୍ୟା, କୃଷି ଅମଳ ମୂଲ୍ୟ ଓ ସର୍ବନିମ୍ନ ସହାୟକ ମୂଲ୍ୟ, ଉଚ୍ଚ ମୂଲ୍ୟର ଫସଲ ଅମଳ, ପ୍ରାଣୀ ସମ୍ପଦ ଟୀକାକରଣ, ଜାତୀୟ ଜୀବିକା ମିଶନ ଯୋଜନାରେ କୃତ୍ରିମ ଗର୍ଭଧାରଣ କଭରେଜ୍, ପି.ଡି.ଏସ୍. ବ୍ୟବସ୍ଥା, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଆଦିର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ। ସେ କହିଲେ କେବଳ ସ୍କିମ୍ ଭିତରେ ସିମୀତ ନ ରହି ସ୍କିମ୍ ବାହାରେ ବି କାର୍ଯ୍ୟ କର । କିଛି ବ୍ୟକ୍ତି ବେଶେଷ ନୁହଁ ବରଂ ଜିଲ୍ଲାର ଉନ୍ନତି ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଉକ୍ତ ସମୀକ୍ଷା ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ହର ପ୍ରସାଦ ଭୋଇଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.