ଗୋପାଳପୁର ବନ୍ଦର ପକ୍ଷରୁ ବିୟୁଟିସିଆନ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟିତ


ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ ଏକ ନିଆରା ପଦକ୍ଷେପ ଗୋପାଳପୁର : ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ‘ମହିଳା ସଶକ୍ତିକରଣ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମରେ ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଉତ୍ସାହୀ ମହିଳାମାନଙ୍କୁ ରୋଜଗାରକ୍ଷମ ଓ ସ୍ଵାବଲମ୍ବୀ କରିବାପାଇଁ ଡୁବୁଲି ଛକଠାରେ ଥିବା ଗୋପାଳପୁର ବନ୍ଦରର ସିଏସଆର କମପ୍ଲେକ୍ସ ଠାରେ ଏକ ବିୟୁଟିସିଆନ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ନିକଟସ୍ଥ ପଞ୍ଚାୟତର ୩୦ ଜଣ ମହିଳା ପ୍ରାର୍ଥୀ ନାମ ପଞ୍ଜୀକୃତ କରାଇଛନ୍ତି । ଗୋପାଳପୁର ବନ୍ଦର ପକ୍ଷରୁ ମହିଳା ମାନଙ୍କୁ ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ ପ୍ରସାଧନ ସାମଗ୍ରୀ ଓ ଉପକରଣ ମାଗଣାରେ ବଣ୍ଟନ କରାଯାଇଥିଲା। ଏହି ଉଦ୍ଘାଟନୀ ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ, ବରିଷ୍ଠ ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ) ଶ୍ରୀ ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି ସି ଆର ବାହିନୀପତି ତଥା ଗୋପାଳପୁର ବନ୍ଦର ମୁମ୍ବାଇ ଅଫିସର ନିର୍ଦେଶକ ଶ୍ରୀ କାର୍ତିକ ଦେଓସ୍କର, ଏବଂ କ୍ୟାପଟେନ ସନ୍ଦୀପ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍ଘାଟନୀ ଅବସରରେ ଗୋପାଳପୁର ବନ୍ଦର ଲେଡିଜ କ୍ଲବ ପକ୍ଷରୁ ଶ୍ରୀମତୀ ବିଶ୍ୱେଶ୍ୱରୀ ମିଶ୍ର, ଶ୍ରୀମତୀ ଛନ୍ଦାଶ୍ରି ମିଶ୍ର, ଶ୍ରୀମତୀ ପଙ୍କଜିନୀ ମହାପାତ୍ର, ଶ୍ରୀମତୀ ସୌମ୍ୟା ସୁଚରିତା ପଟ୍ଟନାୟକ ଯୋଗଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଉପସଭାପତି ଶ୍ରୀ ଅଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ କାର୍ଯକ୍ରମଟି ସୁପରିଚାଳିତ କରାଯାଇଥିଲା ବେଳେ ଉଦ୍ଘାଟନ ସମାରୋହରେ ମହିଳାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥ ଉପାର୍ଜନ କରି ସ୍ଵାବଲମ୍ବୀ ହେବା କେତେ ଦରକାରୀ ତାହା ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ।

ବନ୍ଦରର ଅନେକ ବରିଷ୍ଠ କର୍ମଚାରୀଙ୍କ ସହଧର୍ମିଣୀ ଓ ସମସ୍ତ ମହିଳା କର୍ମଚାରୀ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ।

ନିକଟରେ ଗୋପାଳପୁର ବନ୍ଦର ପକ୍ଷରୁ “ମା ହାଣ୍ଡିଶାଳ” କାର୍ଯକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯକ୍ରମ ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଗୋପାଳପୁର ବନ୍ଦର ସହାୟତାର ହାତ ବଢାଇଥିଲେ ଏବଂ ଏହି ପ୍ରୟାସରେ ନିକଟସ୍ଥ ଗ୍ରାମର ଅନେକ ମହିଳା ‘ମା ହାଣ୍ଡିଶାଳ’ କାର୍ଯକ୍ରମରେ ଘରୋଇ ଖାଦ୍ଯ ପ୍ରସ୍ତୁତି ଓ ବଣ୍ଟନ ବ୍ୟବସାୟ ଆରମ୍ଭ କରିଥିଲେ। ଯାହାକି ଏବେ ସେମାନଙ୍କ ପାଇଁ ଏକ ନିର୍ଭର ଯୋଗ୍ୟ ଆୟର ମାର୍ଗ ପାଲିଟିଛି। ଏହି ଅବସରରେ ଗୋପାଳପୁର ବନ୍ଦର ସିଇଓ, ବରିଷ୍ଠ କର୍ମଚାରୀ, ମହିଳା କର୍ମଚାରୀ ମାନେ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କୁ ଭେଟି ଶୁଭେଛା ଜଣାଇବା ସହ ତାଙ୍କୁ ପୁନଃ ବ୍ୟବହାରକ୍ଷମ ରୋଷେଇ ସରଞ୍ଜାମ ଯୋଗାଇଦେଇଥିଲେ।

ମହିଳାମାନଙ୍କ ବ୍ୟବସାୟରେ ଉନ୍ନତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ପରବର୍ତ୍ତୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ୍ଦର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

nis-ad
Leave A Reply

Your email address will not be published.