ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା: ସ୍ତ୍ରୀ, ଡିଏଫଓ ଓ ରୋଷେୟାଙ୍କୁ ନୋଟିସ୍ ଜାରି

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ସମନ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ୍‌ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୦ ଓ ୧୨୦(ବି) ଅନୁଯାୟୀ ସେମାନଙ୍କ ବିରୋଧରେ ଏହି ସମନ ଜାରି ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ ଅଦାଲତରେ ଏକ ପ୍ରୋଟେଷ୍ଟ ପିଟିସନ ଦାୟର ହୋଇଥିଲା । ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସଠିକ ଭାବେ ହୋଇ ନାହିଁ ଓ ଏହା ଏକ ଦୁର୍ଘଟଣା ନୁହେଁ ବୋଲି ସୌମ୍ୟଙ୍କ ବାପା କୋର୍ଟଙ୍କୁ ଦର୍ଶାଇଥିଲେ । ଏସମ୍ପର୍କିତ ସମସ୍ତ ସାକ୍ଷ୍ୟ ପ୍ରମାଣ ଅଦାଲତରେ ଦାଖଲ କରିଥିଲେ ଆବେଦନକାରୀ । ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ପାରଳାଖେମୁଣ୍ଡି ଏସଡିଜେଏମ ତିନି ଅଭିଯୁକ୍ତଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଦର୍ଶାଇ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ୨୦୨୧ ମସିହା ଜୁଲାଇ ୧୩ ତାରିଖରେ ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟରକୁ ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟରଞ୍ଜନ ।

nis-ad
Leave A Reply

Your email address will not be published.