କାଠ ପାଦ ନୃତ୍ୟଶିଳ୍ପୀ ଶିବାନୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର : ଭୁବନେଶ୍ୱର ଠାରେ ଜି ସାର୍ଥକ ଚ୍ୟାନେଲ ଦ୍ୱାରା ଆୟୋଜିତ ଦିଦି ନମ୍ବର 1 ସିଜେନ 2 ର ବିଜେତା ଛତ୍ରପୁର ର ଶିବାନୀ ସ୍ବାଇଁକୁ ଶନିବାର ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମୀର ନୃତ୍ୟ କେନ୍ଦ୍ର ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏଥିରେ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇ ସୁଶ୍ରୀ ଶିବାନୀ ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ସୁଶ୍ରୀ ଶିବାନୀ ସ୍ୱାଇଁ ଉଚ୍ଚ କୋଟିର ନୃତ୍ୟ ପ୍ରଦର୍ଶନ କରି ଛତ୍ରପୁରର ନାମ ନାମ ରଖିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତୋରାତର ଉନ୍ନତି କାମନା କରିଥିଲେ l ଛତ୍ରପୁର ବ୍ଲକ ହୂମର ଗ୍ରାମର ନୃତ୍ୟଶିଳ୍ପୀ ସୁଶ୍ରୀ ଶିବାନି ପୂର୍ବରୁ ସାର୍ଥକ ଟିଭି ର ଦାଦାଗିରି କାର୍ଯ୍ୟକ୍ରମ ରେ ନିଜର ନୃତ୍ୟ ପ୍ରଦର୍ଶନ କରି ସଫଳତା ହାସଲ କରିଥିବା ବେଳେ ଏବେ ଜି ସାର୍ଥକ ଟିଭିର ଦିଦି ନମ୍ବର 1 ସିଜନ 2 କାର୍ଯ୍ୟକ୍ରମ ରେ ମା ବୁଢ଼ୀ ଠାକୁରାଣୀ ଗୀତରେ କାଠ ପାଦ ନୃତ୍ୟ ପ୍ରଦର୍ଶନ ଦର୍ଶକ ଓ ବିଚାରକ ମାନଙ୍କ ମନ ମୋହିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ସେ ଛତ୍ରପୁର ର ସମୀର ନୃତ୍ୟ କେନ୍ଦ୍ରର ଜଣେ ସୁନାମଧନ୍ୟ ନୃତ୍ୟ ଶିଳ୍ପୀ l ଏହି ସମ୍ବର୍ଦ୍ଧନା ଉତ୍ସବରେ ସମୀର ନୃତ୍ୟ କେନ୍ଦ୍ରର ନିର୍ଦେଶକ ସମୀର କୁମାର ବେହେରା, ସାଇ ଶ୍ରୀ ନୃତ୍ୟ ଏକାଡେମୀର ନିର୍ଦ୍ଧେଶିକା ମଧୁସ୍ମିତା ପଟ୍ଟନାୟକ, ବିବିଧା ଫାଉଣ୍ଡେସନ ର ନିର୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ, କାଠପାଦ ନୃତ୍ୟ ଗୁରୁ ଦିବାକର ବିଶୋଇ, ଗୌତମ ନାୟକ, ଏମ. ରବୀନ୍ଦ୍ର ରେଡ୍ଡୀ, ନୃତ୍ୟ ଶିଳ୍ପୀ ରାମେଶ୍ୱର ପଣ୍ଡା, ଦୀପକ କୁମାର ଦାଶ ଙ୍କ ସମେତ ଅନୁଷ୍ଠାନର ବହୁ ନୃତ୍ୟ ଶିଳ୍ପୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.