ବଣ୍ଡା ଘାଟିରେ ନୂତନ ସୂର୍ଯ୍ୟ ଉଦୟ : ଦୁବାଇ ଯିବେ ବଣ୍ଡା ଯୁବତୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଦୀର୍ଘଦିନ ଧରି ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନର ବିପର୍ଯ୍ୟସ୍ତ କଳା ବାଦଲ ମଧ୍ୟରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି ସୃଷ୍ଟିର ପ୍ରଥମ ଅଧିବାସୀ ଙ୍କ ବାସସ୍ଥଳୀ ବଂଦାଘାଟିରେ । ଜିଲ୍ଲା ଗଠନ ହେବାଠାରୁ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହିଯାଇଥିବା ବଣ୍ଡାଘାଟି ବର୍ତ୍ତମାନ ସମାଜର ମୁଖ୍ୟଧାରାରେ ଯୋଡିହୋଇ ପ୍ରଗତି ର ନୂତନ ବାନା ଉଡାଉଛି । ସଫଳତା ପରେ ସଫଳତା ଯୋଗୁଁ ବର୍ତ୍ତମାନ ସୁଦୂର ଦୁବାଇକୁ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ । ଏହିଭଳି ଏକ ଖବର ବଂଦାଘାଟିରେ ଖୁସିର ଲହରୀ ଖେଳାଇ ଦେଇଛି । ଇପିକଲ୍ ପକ୍ଷରୁ ମେ’ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବଣ୍ଡା ଛାତ୍ରୀ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାରୁ ୫ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି । ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି କିର୍ସାନୀ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି ।ମାଲକାନଗିରି ଖଇରପୁଟ ବ୍ଲକ ବଣ୍ଡାଘାଟିର ଦାନ୍ତିପଡ଼ା ଗାଁରେ ବଦ୍ରିଙ୍କ ଘର । ସେ ଏମ୍ଭି-୨୭ ଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ଏହା ପରେ ସେ ମାଲକାନଗିରି ଆଇଟିଆଇରେ ଇଲେକ୍ଟୋନିକ୍ସ ମେକାନିକାଲ ବିଭାଗରେ ନାମ ଲେଖାଇଥିଲେ । ପିଲାଟି ଦିନରୁ ସେ ହେଉଛନ୍ତି ବାପା-ମାଆ ଛେଉଣ୍ଡ । ବାପା-ମାଆଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଥିଲେ ୫ ଭଉଣୀ । ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲେ ମଧ୍ୟ ବୁଦ୍ରି ଭଲ ପାଠ ପଢୁଥିଲେ । ତେଣୁ ୪ ଭଉଣୀ ତାଙ୍କୁ ପାଠ ପଢାଇ ମଣିଷ କରାଇଛନ୍ତି ।

nis-ad
Leave A Reply

Your email address will not be published.