ଢେଙ୍କାନାଳରେ ସେକ୍ସ ରାକେଟ୍‌ ଠାବ, ୩ ଜଣଙ୍କୁ ଅଟକ ରଖିବା ସହ କାର ଜବତ କଲା ପୋଲିସ

ଢେଙ୍କାନାଳ: ସେକ୍ସ ରାକେଟ ଠାବ । ଗତକାଲି ରାତିରେ କାଲଟାକ୍ସ ନିକଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଚଢ଼ାଉ କରି ଦୁଇ ଯୁବତୀଙ୍କ ସମେତ ଜଣେ ବ୍ୟକ୍ତିକୁ ଅଟକ ରଖିଛି ପୋଲିସ । ଅଟକ ବ୍ୟକ୍ତି ଜଣଙ୍କ ଢେଙ୍କାନାଳର ହୋଇଥିବା ବେଳେ ଦୁଇ ବର୍ଷ ପୂର୍ବେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିଲା ।

ରାକେଟ ପଛରେ ଜଣେ ରାଣୀ ମହୁମାଛିର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ଅଟକ ଯୁବତୀ ବାଲେଶ୍ୱରର ହୋଇଥିବା ସୂଚନା । ଏହି ରାକେଟ ପଛରେ ବଡ ହାତ ଥିବା ସନ୍ଦେହ କରୁଛି ପୋଲିସ । ଏ ସମ୍ପର୍କରେ ପଚରା ଉଚରା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

nis-ad
Leave A Reply

Your email address will not be published.