ଟଙ୍କା ପଇସାକୁ କେନ୍ଦ୍ର କରି ହତ୍ୟା…

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ବରମୁଣ୍ଡଳୀ ପଚାଂୟତ ଅଧିନ ପଟ୍ଟାପାବୁଲି ଗ୍ରାମରେ ଟଙ୍କା ପଇସାକୁ କେନ୍ଦ୍ର କରି ସେହି ଗ୍ରାମର ପିତାବାସ ଗୈାଡର ପୁଅ ସୁଶାନ୍ତ ଗୈାଡ (୨୮) କୁ ଛୁରାରେ ଭୁଶି ହତ୍ୟା କରାଯାଇଥିବା ଜଣାଯାଇଛି । ଏହି ହତ୍ୟା ଘଟଣା ଆଜି ସଂଧ୍ୟା ପ୍ରାୟ ୬ ଘଟଂ ସମୟରେ ଘଟିଥିବା ବେଳେ ସେହି ଗ୍ରାମର ସାରଥି ପ୍ରଧାନ ବୟସ ୧୭ ହତ୍ୟା କରିଥିବା ସୂଚନା ରହିଛି । ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଶେରଗଡ ମେଡିକାଲକୁ ନିଆଯାଇଥିଲା । ସେଠାରେ କାର୍ଯରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଶେରଗଡ ପୋଲିସ ମେଡିକାଲ ଠାରେ ପହଁଚି ମୃତ ଶବକୁ ଜବତ କରିବା ସହିତ ହତ୍ୟା ଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି । ସେପଟେ ହତ୍ୟା କରିଥିବା ଯୁବକ ସାରଥି ଶେରଗଡ ଥାନାରେ ଅଟକ ରହିଥିବା ଜଣାଯାଇଛି ।ବରମୁଣ୍ଡଳୀ ପଚାଂୟତ ପଟ୍ଟାପାବୁଲି ଗ୍ରାମରେ ଟଙ୍କା ପଇସା ଧାର କରଜକୁ ନେଇ ପୂର୍ବରୁ ମୃତ ବ୍ୟକ୍ତିର ବାପା ପିତବାସ ଗୈାଡ ଓ ହତ୍ୟା କରିଥିବା ବ୍ୟକ୍ତିର ବାପା ରାଜେନ୍ଦ୍ର ପ୍ରଧାନ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଶେରଗଡ ଥାନାରେ ଥାନା ଅଧିକାରୀଙ୍କ ଉପସ୍ଥିତରେ ମଧ୍ୟ ମିମାଂଶା ହୋଇଥିଲା । ଆଜି ସଂଧ୍ୟାରେ ମଧ୍ୟ ମୃତ ବ୍ୟକ୍ତି ସୁଶାନ୍ତ ଗୈାଡ କୁଆଡେ ହତ୍ୟା କରିଥିବା ସାରଥୀ ପ୍ରଧାନକୁ କଥା ହେବା ପାଇଁ ଡାକିଥିଲା । ଏହି ସମୟରେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇ ଥିବା ବେଳେ ଉତକ୍ଷିପ୍ତ ହୋଇ ସାରଥୀ ପ୍ରଧାନ ଏକ ଧାରୁଆ ଛୁରୀରେ ସୁଶାନ୍ତ ଗୈାଡର ପିଠିକୁ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିବା ସୂଚନା ରହିଛି । ଘଟଣା ସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ଶବ ଜବତ ସହ ଜଣକୁ ଅଟକ ରଖିଥିବା ସୂଚନା

nis-ad
Leave A Reply

Your email address will not be published.