ମା ବ୍ରାହ୍ମଣୀ ଦେବୀଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାରରେ ଲୋକଙ୍କ ପ୍ରବଳ ଭିଡ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଆଜି ହେଉଛି ତୃତୀୟ ମଙ୍ଗଳବାର।ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ସକାଳୁ ଫୁଲବାଣୀ ଅମଲା ପଡ଼ା ସ୍ଥିତ ମାଁ ବ୍ରାହ୍ମଣୀ ଦେବୀ ପୀଠ ଚଳ ଚଞ୍ଚଳ ହୋଇ ଉଠିଥିଲା । ଏହି ମାସର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ କରି ପ୍ରତି ମଙ୍ଗଳବାର ଭକ୍ତଙ୍କ ଭିଡ କ୍ରମେ ବଢିବାରେ ଲାଗିଥିବା ଦେଖିବାକୁ ମିଳୁଛି l ଏହି ଦେବୀ ପୀଠର ପ୍ରବଳ ଜନସମାଗମ ବିଶେଷ କରି ସନ୍ଧ୍ୟା ଆଳତି ପୂର୍ବରୁ ବହୁତ ଭକ୍ତ ଦେବୀ ପୀଠରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଆଳତି ଦର୍ଶନ ସହିତ ଢୋଲ କୀର୍ତ୍ତନରେ ନିଜକୁ ହଜାଇ ଦେଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ଏବଂ ଆଳତି ବାହିନୀ ତରଫରୁ ସମସ୍ତ ଭକ୍ତଙ୍କ ନିମନ୍ତେ ଭୋଗ ତଥା ପଣାର ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଥିଲା ।ଏଥି ସହିତ ପ୍ରତେକ ସଂକ୍ରାନ୍ତି ରେ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଛି l ମନ୍ଦିର କମିଟି ଏବଂ ଆଳତି ବାହିନୀ ସମସ୍ତ ସଦସ୍ୟଙ୍କ ତତ୍ୱାବଧାନତାରେ ମନ୍ଦିର ଉନ୍ନତି କରଣ ଚାଲୁ ରହିଛି ଏବଂ ଉନ୍ନତି କାର୍ଯ୍ୟରେ ସହଯୋଗ ପାଇଁମନ୍ଦିର କମିଟି ଏବଂ ଆଳତି ବାହିନୀ ଫୁଲବାଣୀ ବାସୀଙ୍କୁ ଅନୁରୋଧ କରାଯାଇଛି l

nis-ad
Leave A Reply

Your email address will not be published.