ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦ୍ଘାଟିତ…

ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଆନୁକୂଲ୍ୟରେ ଏକ ସରସ୍ବତୀ ସଂସ୍କାର କେନ୍ଦ୍ର ଉଦ୍ଘାଟନ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଦକ୍ଷିଣ-ପୂର୍ବ ସମ୍ଭାଗର ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ, ଫୁଲବାଣୀ ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ ଉପସ୍ଥିତ ଥିଲେ ।

ପ୍ରାୟ ୧୫ ଜଣ ଶିଶୁ, ଅଭିଭାବକ, ଅଭିଭାବିକା, ଆଚାର୍ଯ୍ୟ, ଆଚାର୍ଯ୍ୟା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସଂସ୍କାର କେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିବା ବେଳେ ଶିଶୁ ବାଟିକା ଗୁରୁମା ଅନିତା ରାଣୀ ପଟ୍ଟନାୟକ ଓ ରଜତ ବାଳା ପତି ନୃତ୍ୟ ଓ ଗଳ୍ପ ମାଧ୍ୟମରେ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

nis-ad
Leave A Reply

Your email address will not be published.