ଦୀର୍ଘ ଦୁଇମାସ ଶ୍ରମ ପରେ ଵି ମିଳିଲାନି ପାଉଣା, ଶ୍ରମ ଅଧିକାରୀ ଓ ଆରକ୍ଷୀ ଅଧିକାରୀ ଦ୍ୱାରସ୍ଥ ହେଲେ ଗ୍ରାମବାସୀ…

ମାଲକାନଗିରି, ୨୭।୩ : ଦାଦନ ପାଇଁ ବାହାର ରାଜ୍ୟକୁ ଯାଇ ଦୁଇମାସ ଖଟିବା ପରେ ମଧ୍ୟ ମିଳିଲାନି ପ୍ରାପ୍ୟ, ଅଖିଆ ଅପିଆ ଫେରିଲେ ଅନେକ ଯୁବକ ଯୁବତୀ ଓ ନାବାଳକ ଶ୍ରମିକ । ନ୍ୟାୟ ଆସାରେ ହେଲେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତର ପେନ୍ଦେଲଗୁଡା, କୋଡେଲଗୁଡା ଆଦି ଅଞ୍ଚଳର ବାସିନ୍ଧା ବିଭିନ୍ନ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କୁ କାଲିମେଳା ବ୍ଲକ ଏମପିଭି ୪୮ ଅଞ୍ଚଳର ଅନୁପ କୁମାର ଗାଇନ ନାମକ ବ୍ୟକ୍ତି ଅଧିକ ଅର୍ଥ ଦେଇ କାର୍ଯ୍ୟରେ ନିୟୋଜିତ କରିବା କହି ଆନ୍ଧ୍ରପ୍ରଦେଶର ଭଦରାଚଲମର ଗୁଣ୍ଡାଲନାର ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ଦୁଇମାସ କାର୍ଯ୍ୟ କରିବା ପରେ ଶ୍ରମିକ ମାନେ ନିଜର ପ୍ରାପ୍ୟ ମାଗିବାରୁ ସମ୍ପୃକ୍ତ ବ୍ୟକ୍ତି କୌଣସି ଅର୍ଥ ଦେଇ ନଥିଲେ । ଏହାସହ ଶ୍ରମିକ ମାନଙ୍କୁ ଯାହା କରିବାର ଅଛି କର କହି ଅସଭ୍ୟ ଭାଷାରେ ଗାଳି କରି ଟଙ୍କା ଦେବି ନାହି ବୋଲି ରୋକଠୋକ ମନା କରିଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଟଙ୍କା ନପାଇ ଅନେକ କଷ୍ଟରେ ଅଖିଆ ଅପିଆ ସେଠାରୁ ନିଜ ସ୍ଥାନକୁ ଚାଲି ଆସିଥିଲେ ଏହି ଶ୍ରମିକ ମାନେ, ତେବେ କେବଳ ମାଲକାନଗିରି ଜିଲାଳର ନୁହେ, ବରଂ ଛତିଶଗଡ ଅଞ୍ଚଳର ଅନେକ ଲୋକଙ୍କୁ ମିଶାଇ ପ୍ରାୟ ୮୦ ଜଣ ଶ୍ରମିକଙ୍କୁ ଅନୁପ ପ୍ରୋଲୋଭିତ କରି ନେଇଥିବା ବେଳେ ସେମାନେ ମଧ୍ୟ ସମାନ ସମସ୍ୟାର ସାମ୍ନା କରି ବହୁ କଷ୍ଟରେ ନିଜ ଘରକୁ ଫେରିଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଶ୍ରମିକ ମାନଙ୍କ ମଧ୍ୟରେ ଭିତରେ ଅନେକ ଛୋଟ ଛୋଟ ପିଲାଏ ଓ ଯୁବକ ଯୁବତୀ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ସେମାନଙ୍କ ପ୍ରାପ୍ୟ ଦେଉ ନଥିବା ସହ ଗାଳି ଗୁଲଜ କରିଥିବା ବେଳେ ନ୍ୟାୟ ଆସାରେ ଏହି ଶ୍ରମିକ ମାନେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇ ଜିଲ୍ଲା ମାଲକାନଗିରି ପୋଲିସ ଓ ଶ୍ରମ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତ । ତେବେ ଜିଲ୍ଲାର ଶ୍ରମିକଙ୍କ ସମେତ ପଡୋଶୀ ଛତିଶଗଡର ଶ୍ରମିକଙ୍କୁ ମଧ୍ୟ ଏହି ବ୍ୟକ୍ତି ଜଣଙ୍କ ଠକିଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାରେ ଏପରି ଘଟଣା ନୂଆ ନୁହେ । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସାଧାରଣରେ ଦାବି ହୋଇଛି ।

nis-ad
Leave A Reply

Your email address will not be published.