ଅସହାୟ ବିଧବା ନା ପାଉଛନ୍ତି ବିଧବା ଭତ୍ତା ନା ପାଇଛନ୍ତି ଆବାସ ଯୋଜନାରେ ଖଣ୍ଡେ ଘର…

ପ୍ରଶାସନ କେବଳ ତେଲିଆ ମୁଣ୍ଡରେ ତେଲ ମାରି ଚାଲିଛି

ଦାରିଙ୍ଗବାଡ଼ି(୨୭/୦୩) : ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅଧିନସ୍ତ ଗୋବରକୁଟୀ ଗ୍ରାମର ଜଣେ ନିଃସହାୟ ଆଦିବାସୀ ବିଧବା ମହିଳା ନାମ ତାଙ୍କ କୁମାରୀ ମାଝୀ। ଗତ ୨୦୨୧ ସାଲରେର ତାଙ୍କ ସ୍ଵାମୀ ସୁନାପୁର ମାଝୀଙ୍କ ମୃତ୍ୟୁ ହେଲା। ସ୍ୱାମୀଙ୍କ ମୃତ୍ୟୁ ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା କେବଳ ପାଇଥିବା କୁମାରୀ ମାଝୀ କହିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ପାଞ୍ଚଟି ସନ୍ତାନ ମଧ୍ୟରୁ ଚାରି ଜଣ କନ୍ୟା ଓ ଏକ ମାତ୍ର ପୁଅକୁ ନେଇଁ ବହୁ କଷ୍ଟରେ ଚଳୁଥିବା ଜଣା ପଡ଼ିଛି। ହେଲେ ବାପଙ୍କ ମୃତ୍ୟୁର ଦୁଇ ମାସ ନ ପୂରୁଣୁ ୧୮ ବର୍ଷର ପୁଅ ବପାଙ୍କୁ ଝୁରି ଝୁରି ମୃତ୍ୟୁ ବରଣ କଲା। ପରିବାର ଚଳାଇବା ନେଇଁ ବଡ଼ ଝିଅ (୨୦)ବର୍ଷ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିବା ଜଣା ପଡ଼ିଛି। ଦ୍ୱିତୀୟ ଝିଅ (୧୬) ବର୍ଷ, ତୃତୀୟ ଝିଅ (୧୪) ବର୍ଷ ଓ ଚତୁର୍ଥ ଝିଅ (୧୧) ବର୍ଷ ଝିଞ୍ଜିରିଗୁଡା ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛି । ସେ ସମସ୍ତଙ୍କର ଭରଣ ପୋଷଣ ତଥା ପଢ଼ାପଢ଼ି ଖର୍ଚ୍ଚ ନିମନ୍ତେ ବିଧବା ମାଁଙ୍କୁ ବହୁତ ଅଭାବର ସମ୍ମୁଖୀନ ହେବାକୁ ପଡୁଛି ।

ନିଜର ଚାଷ ଜମି ନଥିବା ହେତୁ ଗ୍ରାମବାସୀଙ୍କର ପଡ଼ିଆ ଜମିକୁ ଭାଗ ଚାଷ ସହିତ ମଜୁରୀ ଖଟି କଷ୍ଟରେ ପରିବାର ପ୍ରତି ପୋଷଣ କରୁ ଛନ୍ତି। ଏଥି ସହିତ ମାଟି କାନ୍ଥର ପଲିଥିନ ଛପର ଘରେ ଖରା ବର୍ଷା ଶୀତ ସହି ରହିଛନ୍ତି। ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅନେକ ଥର ଦୌଡ଼ି ସୁଦ୍ଧା ସରକାରଙ୍କ ସର୍ଵ ନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ପ୍ରକାଶ ଥାଉ କି ଏ ପର୍ଯ୍ୟନ୍ତ ବିଧବା ଭତ୍ତାର ସୁବିଧା ମଧ୍ୟ ମିଳି ପାରି ନାହିଁ । ସରକାରୀ ବାବୁଙ୍କ ଖାମ ଖିଆଲ ନୀତିରୁ ବ୍ଲକ ଅଞ୍ଚଳର ଅନେକ ଲୋକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଶୁଣାଯାଉଛି। ଏହା ଦ୍ବାରା ଜନ ଅସନ୍ତୋଶ ବୃଦ୍ଧି ପାଉଛି। ଏହି କ୍ଷେତ୍ରରେ ପ୍ରଶାସନ ତରଫରୁ କୁମାରୀ ମାଝୀଙ୍କୁ ଅତିଶୀଘ୍ର ଆବାସ ଯୋଜନାରେ ଘର ଓ ବିଧବା ଭତ୍ତା ଯୋଗାଇ ଦେବାକୁ ସର୍ଵ ସାଧାରଣରେ ଦାବୀ ହେଉଛି ।

nis-ad
Leave A Reply

Your email address will not be published.