ଜିଲ୍ଲା ପାଣସମାଜର ନିର୍ବାଚନକୁ ନେଇ ତେଜୁଛି ଅସନ୍ତୋଷ : ନିର୍ବାଚନକୁ ଅସିଦ୍ଧି ଘୋଷଣା ପାଇଁ ଦାବୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଜୁପଟନାୟକ କଲ୍ୟାଣ ମଣ୍ଡପରେ ଗତ ତା,୧୯/୦୩ ରିଖ ରବିବାର ଦିନ ବହୁ ବାଦ ବିବାଦ ପରେ ବହୁ ପ୍ରତିକ୍ଷୀତ ” ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ” ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ନିର୍ବାଚନକୁ ନେଇ ଆଗରୁ କଳ୍ପନା ଜଳ୍ପନା ସହିତ ବହୁ ଅଙ୍କ କସା କଷି ଚାଲିଥିଲା | ସମାଜର ପୂର୍ବତନ ସଭାପତି ଶ୍ରୀ ଅନାମ କୁମାର ନାୟକ କାର୍ଯ୍ୟକାଳ ର ଅବଧି ଗତ ୨୦୧୯ ରେ ସରିଯାଇ ଥିଲେ ମଧ୍ୟ୍ୟ କରୋନା କଟକଣା ଯୋଗୁଁ ନିର୍ବାଚନ କରିବା ସମ୍ଭବ ହୋଇନ ଥିଲା | ସେହି ସମୟରେ ଜିଲାରେ ଦୁଇ ଦୁଇଟି ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି କାର୍ଯ୍ୟ କରୁଥିଲା , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଅନାମ ନାୟକ ଙ୍କ ନେତୃତ୍ୱରେ ୧୨ଗୋଟି ବ୍ଲକ ମଧ୍ୟରୁ ୧୧ ଗୋଟି ବ୍ଲକରେ ପାଣ ସମାଜ ର ଦୃଢ଼ ସଂଗଠନ କରିଯିବା ସହିତ ,୧୩ ଗୋଟି ବ୍ଲକ କମିଟି ଓ ଶାଖା କମିଟି ଶୃଙ୍ଖଳା ର ସହିତ କାର୍ଯ୍ୟକରୁଥିଲା ଏବଂ ସ୍ବର୍ଗତ ବ୍ରହ୍ମ୍ଛା ବେହେରା ଙ୍କ ନେତୃତ୍ୱରେ ୧୦/୧୫ ଜଣଙ୍କୁ ନେଇ ଏକ ଜିଲ୍ଲା କମିଟି ଗଠନ କରି କେବଳ ଫୁଲବାଣୀ ମୁନିସିପାଲିଟି ମଧ୍ୟରେ ରହି ଜିଲ୍ଲା କମିଟିର କର୍ମକର୍ତ୍ତା ବୋଲି ଦାବିକରୁଥିଲେ , ଓ ସ୍ବର୍ଗତ ବ୍ରହ୍ମ୍ଛା ବେହେରା ନିଜର ପ୍ରକୃତ ଭୁଲ ବୁଝିପାରି ଉଭୟ କମିଟି କୁ ଭାଙ୍ଗିଦେଇ ଏକ ବଳିଷ୍ଠ ଜିଲ୍ଲା କମିଟି ଗଠନ କରିବାକୁ ମତ ରଖିଥିଲେ ଓ ଉଭୟ କମିଟି ର ସଭାପତି ଅନାମ କୁମାର ନାୟକ ଓ ସ୍ବର୍ଗତ ବ୍ରହ୍ମ୍ଛା ବେହେରା ଙ୍କ ମିଳିତ ଉଦ୍ୟମ ରେ ଗତ ତା 09 /06/ 22 ରିଖରେ ଫିରିଙ୍ଗିଆ ସ୍ଥିତ ବିଜୁ ପଟନାୟକ କଲ୍ୟାଣ ମଣ୍ଡପରେ ଉଭୟ କମିଟିକୁ ଭଙ୍ଗ ଘୋଷଣା କରାଯାଇଥିଲା | ଓ ନିର୍ବାଚନ ପରିଚାଳନା ପାଇଁ ଏକ 7 ଜଣିଆ କମିଟି ଗଠନ କରାଯାଇଥିଲା , ଏବଂ ଉକ୍ତ ପୂର୍ବ କମିଟି ର ପ୍ରସ୍ତୁତି ପ୍ରକାରେ ଗତ ତା,୨୮/ଜୁଲାଇ ୨୦୨୨ ରେ ନିର୍ବାଚନ ସ୍ଥିର କରାଯାଇଥିଲେ ମଧ୍ୟ୍ୟ କିଛି ଲୋକଙ୍କ ଏଭଳି ବିରୋଧ ସତ୍ୱେ ମିଳିତ ଭାବେ ନିର୍ବାଚନ କରାଯିବାକୁ ସହମତି କରାଯାଇ ଉକ୍ତ ନିର୍ବାଚନ କୁ ଏସଡିପିଓ ଫୁଲବାଣୀ ଙ୍କ ନିଁର୍ଧେଶ କ୍ରମେ ସ୍ଥଗିତ ରଖା ଯାଇଥିଲା ଓ ଏସଡିପିଓ ଫୁଲବାଣୀଙ୍କ ନିଷ୍ପତ୍ତି ପ୍ରକାରେ ନୂତନ ଭାବେ ନିର୍ବାଚନ କରିବାକୁ ଏକ କମିଟି ଗଠନ ହୋଇଥିଲେ ମଧ୍ୟ୍ୟ କମିଟିର ସଦସ୍ୟ ମାନଙ୍କୁ ଉପେକ୍ଷା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନିର୍ବାଚନ କରାଯାଇଥିବା ଦୃଢ ଅଭିଯୋଗ ହେଉଛି ଓ ଏହି ନିର୍ବାଚନ କୁ ବେଆଇନ ଓ ଅସିଦ୍ଧି ଘୋଷଣା କରିବାକୁ ଉପଜିଲ୍ଲାପାଳ ଫୁଲବାଣୀ ଓ ଏସଡିପିଓ ଫୁଲବାଣୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ ଥିବା ଦେଖିବାକୁ ମିଳିଛି |କାରଣ ଏହି ନିର୍ବାଚନ ରେ ଜିଲ୍ଲାର ୧୨ ଗୋଟି ବ୍ଲକର କର୍ମକର୍ତ୍ତା ଓ ଜନସାଧାରଣ ଅଂଶ ଗ୍ରହଣ କରି ନ ଥିବା ମଧ୍ୟ୍ୟ ଜିଲ୍ଲାର କୋଣ ଅନୁକୋଣରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ଓ ଏହି ନିର୍ବାଚନକୁ ଜନସାଧାରଣ ଗ୍ରହଣ କରିପାରୁନାହାନ୍ତି ଓ ନିର୍ବାଚନ କୁ ଅସିଦ୍ଧି ଘୋଷଣା କରି ଜିଲ୍ଲାର ପାଣ ଜାତିର ସମସ୍ତ କର୍ମକର୍ତ୍ତା ଓ ଜନସାଧାରଣ ଙ୍କୁ ନେଇ ନୂତନ ଭାବେ ପୁନଃ ନିର୍ବାଚନ କରାଯିବାକୁ ବିଭିର୍ଣ୍ଣ ବ୍ଲକ ସଂଗଠନ ଗୁଡିକ ଦାବୀ କରୁଥିବା ଜଣା ପଡିଛି | ଏହି ନିର୍ବାଚନଏକ ତରଫା ଓ ବହୁତ ଗୁଡିଏ ତ୍ରୁଟି ରହିଥିବା ଅଭିଯୋଗ ହେଉଛି , ଏହା ଜିଲ୍ଲା କମିଟି ହୋଇଥିଲେ ମଧ୍ୟ୍ୟ ଏହି ନିର୍ବାଚନ ଏକ ବ୍ଲକ କମିଟି ନିର୍ବାଚନ ପରି ହୋଇଛି କାରଣ ଏଥିରେ ଫୁଲବାଣୀ ମୁନିସିପାଲିଟି ଓ ଖଜୁରୀପଡା ଓ ଫୁଲବାଣୀ ବ୍ଲକର ହାତ ଗଣତି କିଛି ଅନାମଧେୟ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହେଉଛି ଏବଂ ଏହାକୁ ଏକ ବ୍ଲକ କମିଟି ବା ଗୋଟାଏ ସବଡ଼ିଭିଜନ କମିଟି ବୋଲି ବିବେଚିତ ହେଉଥିବା ଲୋକେ କୁହା କୁହି ହେଉଛନ୍ତି |ଏହି ନୂତନ ନିର୍ବାଚନ କମିଟି ଓ କର୍ମକର୍ତ୍ତା ଙ୍କୁ ସମ୍ପୂର୍ଣ୍ଣ ଅସିଦ୍ଧି ଓ ବେଆଇନ ଘୋଷଣା କରାଯିବାକୁ ଜିଲ୍ଲାର ଜାତିପ୍ରେମୀ ଜନସାଧାରଣ ଦାବୀ କରୁଛନ୍ତି ଓ ଆବଶ୍ୟକ ପଡିଲେ ଜିଲ୍ଲାପାଳ ଓ ଏସପି କନ୍ଧମାଳ ଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣା ପଡିଛି | ଜିଲ୍ଲା କମିଟିରେ 3ଜଣ ଉପସଭାପତି ଓ 3ଜଣ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ନିର୍ବାଚନ କରାଯିବା ପାଇଁ ଵିଧି ବ୍ୟବସ୍ଥା ଥିବା ସତ୍ୱେ ଚଳିତ ନିର୍ବାଚନ ରେ 4 ଜଣ ଉପସଭାପତି ଙ୍କୁ ମନୋନୀତ କରାଯାଇଛି ଯାହାକି ସମ୍ପୂର୍ଣ୍ଣ ବେଆଇନ ଅଟେ | ସମାଜର ନୀତି ନିୟମ କୁ ସମ୍ପୂର୍ଣ୍ଣ ଉଲହଙ୍ଗନ କରାଯାଇ ନିର୍ବାଚନ କରାଯାଇଥିବା ପ୍ରମାଣିତ ହେଉଛି | ତେଣୁ ଏହି ନିର୍ବାଚନ କୁ ସମ୍ପୂର୍ଣ୍ଣ ଅସିଦ୍ଧି ଘୋଷଣା କରାଯିବାପାଇଁ ସଭାପତି ପ୍ରାଥୀ ଶ୍ରୀ ତ୍ରିନାଥ ମାଝୀ, ଶ୍ରୀ ଦୁର୍ବାସା ସେଠି, ଓ ଶ୍ରୀ ହେମନ୍ତ ସାହାଣୀ ମିଳିତ ଭାବେ ଏସଡିପିଓ ଓ ଉପଜିଲ୍ଲାପାଳ ଫୁଲବାଣୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ,| ଦେଖାଯାଉ ଏଭଳି ଅଭିଯୋଗ ର କିଭଳି ଆଶୁ ସମାଧାନ କରାଯାଇ ପାରୁଛି କି ପୂର୍ବ ଦିନ ଗୁଡିକ ପରି ନୂତନ ଭାବେ ଆଉଏକ ଜିଲ୍ଲା କମିଟି ମୁଣ୍ଡ ଟେକିବାର ସମ୍ଭାବନା ଜଳ ଜଳ ଦେଖାଯାଉଛି , ତାହା ଆଗାମୀ ସମୟ ରେ ହିଁ ଜଣା ପଡିବ l

nis-ad
Leave A Reply

Your email address will not be published.