ପଂଚାୟତ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ଓ ଜିଲ୍ଲା ପରିଷଦ କନ୍ଧମାଳଙ୍କ ମିଳିତ ସହଯୋଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଂଚାୟତି ରାଜ ବିଭାଗ ଓଡିଶାଙ୍କ ସହାୟତାରେ ଏବଂ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନ ରେ ବନ୍ଧଗଡ ଠାରେ ଥିବା ତାଲିମ୍ କେନ୍ଦ୍ରରେ ( ୨୩ ରୁ ୨୫ ମାର୍ଜ) ପଂଚାୟତ ପ୍ରତିନିଧି ମାନଙ୍କ ତିନଦିନିଅ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧକ୍ଷ ସାଇବାଣୀ ନାୟକ ଉପସ୍ଥିତ ରହି ଗ୍ରାମ ପଂଚାୟତ ର ଉନ୍ନତି ମୁଳକ ଯୋଜନା ପଡାର ଶେଶ ପରିବାର ପାଖରେ ପହଂଚାଇବାରେ ପଂଚାୟତ ପ୍ରତିନିଧି ମାନଙ୍କର ଥିବା ଭୂମିକା ଗୁରୁତ୍ବପୁର୍ଣ ବୋଲି କହିଥିଲେ। ଏହି ତାଲିମର ମୂକ୍ଷ ଉଦେଶ୍ୟ ବାଦ ପଡିଜାଇଥିବା ସରପଂଚ, ସମିତି ସଭ୍ୟ/ସଭ୍ୟା ଓ ଓ୍ୱାଡ୍ ସଭ୍ୟ/ସଭ୍ୟା ମାନଙ୍କୁ ଏକାଠି କରି ଶସକ୍ତ ଓ ମୋ ସ୍ଵପ୍ନର ପଂଚାୟତ ଗଢିବା ପାଇଁ ଗ୍ରାମ ପନଂଚାୟତ ସହ ମିସି, ଗ୍ରାମ ସ୍ତରରୁ ଏକ ସଠିକ ଯୋଜନା ପ୍ରସ୍ତୁତ କରି ଜନ ସାଧାରଣଙ୍କ ପାଖରେ ସୁବିଧା ସୁଯୋଗ ପହନଂଚାଇବା । ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ ପ୍ରସିକ୍ଷଣ ରେ ଉପସ୍ଥିତ ରହି ରାଜନିତିକୁ ଆସିଥିବା ଯୁବପିଢି ମାନେ କିପରି ଆନ୍ତରିକତାର ସହ ଭୋଟର ମାନଙ୍କ ସହ ଯୋଡିହୋଇ ସରକାରଙ୍କ ର ବିଭିନ୍ନ କାର୍ଯ୍ୟକ୍ରମକୁ ଗ୍ରାମ ସୁରରେ ପହଂଚାଇ ସ୍ବଚ୍ଛ ଓ ସୁନ୍ଦର ଗାଁ ଗଢି ତୋଳିବେ ତାହା ଆହ୍ବାନ ଦେଇଥିଲେ । ଏହି ପ୍ରଶିକ୍ଷଣରୁ କିଛି ଅନୁଭୁତି ନେଇ ଗ୍ରାମପଂଚାୟତକୁ ଏକ ପରିବର୍ତନ ସିଳ କରିବା ପାଇଁ ଆଜିଠାରୁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ର ୩ ଗୋଟି ବ୍ଲକ ଯଥା ଫରିଙ୍ଗିଆ, ଫୁଲବାଣୀ ଓ ଖଜୁରିପଡା ର ୫୫ ରୁ ଉର୍ଦ୍ଧ୍ବ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ହୋଇଥିବା ବେଳେ ତାଲିମଦାତା ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଦ୍ବାରା ତାଲିମ ପ୍ରାପ୍ତ ମନୋଜ କୁମାର ପଟ୍ଟନାୟକ ଓ ଜୋତ୍ସାରାଣି ମହାନ୍ତି ଯୋଗ ଦେଇଥିଲେ । ଏହି ତିନିଗୋଟି ବ୍ଲକ ରେ ୧୪ଟି ପର୍ଯ୍ୟାୟରେ ସରପଂଚ – ୪୮, ସମିତି ସଭ୍ୟ/ସଭ୍ୟ-୪୨ ଓ ଓ୍ୱାଡ୍ ସଭ୍ୟ/ସଭ୍ୟା-୪୮୧ କୁ ପ୍ରାରମ୍ଭିକ ପ୍ରଶିକ୍ଷଣରେ ସାମିଲ କରାଜାଇ ସେମାନଙ୍କର ଦାୟିତ୍ଵ ଓ କର୍ତବ୍ୟ ସହ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଛି ବୋଲି ଅନୁଷ୍ଠାନ ତରଫରୁ ବିଶ୍ବରଞ୍ଜନ କର ପ୍ରକାସ କରିଛନ୍ତି । ସମସ୍ତ ଅଂଶଗ୍ରହଣ କାରିଙ୍କୁ ଉତ୍ସାହିତ କରିବାପାଇଁ ପ୍ରଥମ ଦିନ ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ଉଦ୍‌ଜାପନି ଦିବସରେ ମୁଖ୍ୟଅତିଥି ଙ୍କ ଦ୍ବାରା ମାନପତ୍ର ଦିଆଯାଇଥିଲା । ସ୍ଵାତୀ ତରଫରୁ ପ୍ରଭାତ ନାୟକ, ବିନୋଦ ବେହେରା, ଏଲ.କିର୍ତିରେଡି ଓ ଅନୁପମା କହଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.