୧୨୭ ସିଆରପିଏଫ ତରଫରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବିଜୁପଟ୍ଟନାୟକ ମିନି ଷ୍ଟାଡିଅମଠାରେ ୧୨୭ ବାଟାଲିଆନ ସି ଆରପି ଏଫ ତରଫରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଞ୍ଚଳର ଗରିବ ଲୋକଙ୍କୁ କାର୍ଯ୍ୟକ୍ରମ ରେ ଲୁଙ୍ଗି, ଟାୱାଲ,ଟାଙ୍ଗିଆ, କଟୁରୀ, କୋଡ଼ି, କୋଦାଳ ବଣ୍ଟନ କରାଯାଇଥିଲା l ଆଦିବାସୀ, ହରିଜନ ଜାତିର ଶତାଧିକ ମହିଳା ଏବଂ ପୁରୁଷ ଏହି କାର୍ଯ୍ୟକ୍ରମରେ ମିଳିଥିବା ସାମଗ୍ରୀ ପାଇ ଖୁସି ବ୍ୟକ୍ତ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିଆରପିଏଫ ଡେପୁଟି କମାଣ୍ଡେଣ୍ଟ ବିପିନ କୁମାର, ଇନ୍ସ୍ପେପେକ୍ଟର କେ କେ ରାୟ, ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ,ସରପଞ୍ଚ ପ୍ରିୟଙ୍କା ପଡ୍ରା, ଗୁରୁକୁଳ ଶିଶୁମନ୍ଦିର ପ୍ରଧାନ ଶିକ୍ଷ କ ହରେଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.