ରଂଗେଇଲୁଣ୍ଡା ବିମାନ ବନ୍ଦର : ମୂଳକୁ ମାଇପ ନାହିଁ ପୁଅ ନା ଗୋପାଳିଆ..!

ବ୍ରହ୍ମପୁର : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କିଛି ଦିନ ହେବ ବ୍ରହ୍ମପୁର ସହର କୁ ବିମାନ ବନ୍ଦର ଭେଟି ଦେଇ ସରକାର ଯେଉଁ ଡିମ ଡିମା ପିଟୁ ଛନ୍ତି ଯାହାକି ସାଧାରଣ ଜନତା ଙ୍କ ଭାବାବେଗ ସହିତ କିପରି ଚତୁରତା କରି ଖେଳି ପାରନ୍ତି ଆମ ସରକାର ତାହା ମଧ୍ଯ ଆଲୋଚନା ବିଷୟ ପାଲୋଟିଛି l ସୂଚନା ଥାଉକି ଦୁନିଆ ରେ ଏମିତି କୌଣସି ବିମାନ ବନ୍ଦର ନାହିଁ ଯେଉଁ ବିମାନ ବନ୍ଦରର କୌଣସି ଭିତ୍ତିଭୂମି, ତାର ସୁରକ୍ଷା ବ୍ୟବସ୍ଥା କିଛି ନ ଥାଇ ମଧ୍ଯ ଯାତ୍ରା କରିବା ପାଇଁ ପ୍ରଶାସନ ଓ ସରକାର ଙ୍କ ତରଫରୁ ନିମନ୍ତ୍ରଣ ଦେଇ କୁହାଯାଏ ବିମାନ ରେ ଯାତ୍ରା କରିବେ ଆସନ୍ତୁ । ଯାହାକି ଏହା ଏକ ହାସ୍ଯାସ୍ପଦ ବିଷୟ କହିଲେ ଚଳେ , ଏକ ବିଂଶ ଶତାବ୍ଦୀ ରେ ମଧ୍ଯ ବିମାନ ବନ୍ଦର ନାମ ରେ ଏତେ ବଡ଼ ଛଳନା କରାଯାଇ ଭୂଆଁବୁଲିବା ସହଜ ହୋଇ ପାରେ ? ଯାହା କି ଏହା କେବଳ ଓଡିଶା ରେ ହିଁ ସମ୍ଭବ ହୋଇପାରିଛି l ଗଞ୍ଜାମ ଜିଲ୍ଲାର ରଂଗେଇଲୁଣ୍ଡା ବିମାନ ବନ୍ଦର ନାମରେ ଗୋଟିଏ ପ୍ରହେଳିକା ଖେଳାଇ ଜିଲ୍ଲା ପ୍ରଶାସନ ଯେଉଁ ବିମାନ ଯାତ୍ରା କଥା ସୁଚନା ଜାରି କରିଛନ୍ତି କୁହାଯାଇ ପାରେ ଯେ ମୂଳକୁ ମାଇପ ନାହିଁ ପୁଅ ନା ଗୋପାଳିଆ…!
ବ୍ରହ୍ମପୁର ସହର ଗୋଟିଏ ଐତିହାସିକ ବାଣିଜ୍ଯ ଭିତ୍ତିକ ସହର। ରେଶମ ସହର ବୋଲି ସାରା ପୃଥିବୀରେ ନିଜର ପରିଚୟ ଅଛି। ଏ ସହର ରେ ଗୋଟିଏ ଦୁଇଟି ଜାତୀୟ ଅନୁଷ୍ଠାନ ସହିତ ବହୁ ବୈଷୟିକ ଅନୁଷ୍ଠାନ ଏବଂ ଏକ ବଡ଼ ମେଡିକାଲ ରହିଥିବା ବେଳେ ଦୈନିକ ହଜାର ହଜାର ଲୋକ ସୁଦୂର ରାଜ୍ଯ ଦେଶ ବିଦେଶ କୁ ଯାତ୍ରା କରନ୍ତି। ସ୍ବାଧୀନତା ର ୭୫ ବର୍ଷ ପରେ ମଧ୍ଯ ବ୍ରହ୍ମପୁର ସହର ବାସୀ ଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ବିଶାଖାପାଟଣା ହିଁ ଗଲେ ବିମାନ ଯାତ୍ରା ସୁବିଧା ମିଳେ। ବହୁ ଦିନ ଧରି ବିଭିନ୍ନ ସଂଗଠନର ଦାବୀ କରନ୍ତି ବ୍ରହ୍ମପୁର ସହର ପାଇଁ ବିମାନ ବନ୍ଦର ଜରୁରୀ। ଏ କଥା କେନ୍ଦ୍ର ସରକାର ଓ ରାଜ୍ଯ ସରକାର ଙ୍କ ମିଳିତ ଉଦ୍ୟମରେ ହିଁ ସମ୍ଭବ କିନ୍ତୁ ବର୍ତ୍ତମାନ ଯେଉଁ ବିମାନ ବନ୍ଦର ରୂପ ଦେଖେଇ ରଂଗେଇଲୁଣ୍ଡା କୁ ବିମାନ ବନ୍ଦର ଘୋଷଣା କରନ୍ତି ସବୁ ଠାରୁ ବଡ଼ ଛଳନା ଆଉ କିଛି ନାହିଁ। ଯାହାକି ଧର୍ମକୁ ଆଖିଠାର କହିଲେ କିଛିବି ଭୁଲ ହେବ ନାହିଁ l

ଗତ ସପ୍ତାହରେ ବିମାନ ବନ୍ଦର ରୂପ ଟେଣ୍ଟ ଟାଣି ଏବଂ ବିମାନ ର ଆସନ ସଂଖ୍ଯା ୯ଜଣ ବୋଲି କହି ସରକାର ଯେଉଁ ବିମାନ ବନ୍ଦର ରୂପ ନାମ ରେ ପ୍ରତାରଣାର ମହାର୍ଘ୍ୟ ଭେଟି ଦେଲେ ଯାହାକୁ ନେଇ ଲଜ୍ଜିତ ନ ହେବା ନିହାତି ବିଡମ୍ବନା ବିଷୟ। କିଛି ବିଜେଡିର ଦଳର ଆଗ ନେତା ଟିକଟ କାଟି ବିମାନ ବନ୍ଦର ରେ ଯେତେବେଳେ ବସିଥିବା ଚିତ୍ର ଦେଖିବାକୁ ମିଳିଲା ମନେ ହେଲା ବୋଧହୁଏ ଏମାନେ ଜୀବନ ରେ ପ୍ରଥମ କରି ବିମାନ ଯାତ୍ରା କରୁଥିବା ଓ ଯାତ୍ରାର ସ୍ବାଦ ଚାଖିବା ଏମାନଙ୍କ ଭାଗ୍ଯରେ ଜୁଟିଲା ଏମିତି ପ୍ରଶ୍ନ ପଚାରିବାକୁ ଗୋଟିଏ ସୁଯୋଗ ଦେଲା ପରି ମନେ ହେଲା । ସମସ୍ତଙ୍କ ଠାରୁ ବିଡମ୍ବନା ର ବିଷୟ ଏଠାକାର ବ୍ୟବସ୍ଥା, ବିମାନ ବନ୍ଦର ହୋଇଛି କୋଠା ଟିଏ ନାହିଁ, ବ୍ଯବସ୍ଥା ନାହିଁ, ସୁରକ୍ଷା ନାହିଁ କୌଣସି ମୌଳିକ ଭିତ୍ତି ଭୂମି ନାହିଁ ତଥାପି ରଂଗେଇଲୁଣ୍ଡା ବିମାନ ବନ୍ଦର ରେ ଯାତ୍ରା କରିବାକୁ ଟିକଟ ବିକ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନିକ କାର୍ଯାଳୟ ରୁ ରାଜ୍ଯ ସଡ଼କ ପରିବହନ କୁ ଦାୟିତ୍ୱ ଦେବା ଏହା ମଧ୍ଯ ବିସ୍ମିତ କରୁଥିବା ବେଳେ ଏଠାରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ଶୂନ୍ଯ। ଦେଶର ପ୍ରଗତି ପାଇଁ ରାସ୍ତା ସଡ଼କ ପରିବହନ ସହିତ ନଦୀ ରେ ମଧ୍ଯ ବଡ଼ ଜାହାଜଟିଏ ବୁଲେଇ ଅଜସ୍ର ଶ୍ରଦ୍ଧା ନିବେଦନ କରୁଥିବା କେନ୍ଦ୍ର ସରକାର ରଂଗେଇଲୁଣ୍ଡା ବିମାନ ବନ୍ଦର ରୂପ ଦେଖି ନୀରବ କାହିଁକି…? ଯେଉଁ ମାନେ ଯାତ୍ରା କରିବା ପାଇଁ ଯଦି ଆସନ୍ତି ଏମାନଙ୍କ ସୁରକ୍ଷା ସହିତ ବିମାନର ସୁରକ୍ଷା ବଡ଼ ସାଂଘାତିକ ଚିତ୍ର ଚିନ୍ତା ରେ ପକାଇବା ମଧ୍ଯ ସ୍ବାଭାବିକ। ଯେ କୌଣସି ବିମାନ ବନ୍ଦର ରେ ତ୍ରିସ୍ତରୀୟ ସୁରକ୍ଷା କଡା କଡି କିନ୍ତୁ ରଂଗେଇଲୁଣ୍ଡା ବିମାନ ବନ୍ଦର ସୁରକ୍ଷା ଯେ ଆଗାମୀ ଦିନରେ ବିପଦର କାରଣ ନ ହେବ କିଏ କହିବ? ଏହା ଵି ଅନୁଶୀଳନ କରିବା ଆବଶ୍ଯକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ସୂଚନା ଥାଉକି ଯଦି କୌଣସି ଆତଙ୍କବାଦୀ ଏହି ଚାର୍ଟଡ଼ ପ୍ଲେନ ରେ ଯାତ୍ରା କରି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ଭିତରକୁ ଆରାମ ସେ ପ୍ରବେଶ କରି କିଛିବି ଦୁର୍ଘଟଣା ଘଟାଏ ସେଥିପାଇଁ ଦାୟୀ ରହିବ କିଏ..? ଏହାକୁ ଅତି ଗୁରୁତର ଭାବେ ଚିନ୍ତା କରିବା ଆବଶ୍ୟକ ମନେ ହୁଏ l ସରକାର ସାଧାରଣ ଜନତାଙ୍କୁ ଲଲିପପ ଭେଟି ଦେଇ ବିପଦ କୁ ଡାକୁ ନାହାନ୍ତିତ..? ଯାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ…

nis-ad
Leave A Reply

Your email address will not be published.