ଏସଏସଭିଏମ ଫୁଲବାଣୀ ଠାରେ ନିଷ୍କ୍ରମଣ ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ଶିଶୁ ନାରାୟଣୀ ମନ୍ଦିରକୁ ଯାଇ ପୂଜା ଅର୍ଚନା କରିବା ପରେ ଘୃତ ଯଜ୍ଞରେ ଘୃତ ଅର୍ଘ୍ୟ ପ୍ରଦାନ କରିଥିଲେ l ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ l ପରିଚାଳନା ସମିତିର ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ନାୟକ ଓ ଯୁଗ୍ମସଂପାଦକ ଅଶୋକ କୁମାର ଶତପଥୀ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ l ଶିଶୁ ମାନେ ନିଜ ନିଜର ଅନୁଭୂତି କଥନ ରଖିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥିଙ୍କ ପରିଚୟ ରଖିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ଯ ବୈଜୟନ୍ତୀ ସାମନ୍ତରାୟ ଧନ୍ଯବାଦ ଅର୍ପଣ କରିଥିଲେ l ସମସ୍ତ ଶିଶୁ, ଆଚାର୍ଯ୍ଯ, ଆଚାର୍ଯ୍ୟା ଓ ପରିଚାଳନା ସମିତିର ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇ ପାରିଥିଲା l

nis-ad
Leave A Reply

Your email address will not be published.