ଭିସୁଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ବୁଡି ମୃତ୍ୟୁ ହୋଇଥିବା କହିଲେ ଏସପି…

ସମ୍ବଲପୁର: ଭିସୁଟ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ପ୍ରତିକ୍ରିୟା। ପୋଷ୍ଟ ମର୍ଟମ ଆସିଥିବାବେଳେ ସେଥିରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିବା ଏସପି କହିଛନ୍ତି । ଆସନ୍ତାକାଲି ଆସି ପାରେ ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ ସେଥିରେ ସନ୍ତୁଷ୍ଟିଜନକ ଉତ୍ତର ନମିଳିଲେ ଆଗକୁ ନାର୍କୋ ପାଇଁ ଯୋଜନା ହେଉଥିବା କହିଛନ୍ତି ଏସପି ସମ୍ବଲପୁର । ଏହା ସହ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବାବେଳେ ତଦନ୍ତ ଚାଲିଛି ।

ଏହା ସହ ତଦନ୍ତର ଅଗ୍ରଗତି ନେଇ ପରିବାର ଲୋକଙ୍କୁ ଅବଗତ କରାଯାଉଥିବା ଏସପି କହିଛନ୍ତି । ଏପର୍ଯ୍ୟନ୍ତ ଏହି ଘଟଣାରେ ୩୧ ଜଣଙ୍କୁ ଜେରା କରାଗଲାଣି । ଏମାନଙ୍କ ମଧ୍ୟରେ ୫ଜଣ ଦୋକାନୀ ଓ ଜଣେ ଢାବା ମାଲିକ ସମେତ ଅନେକ ଛାତ୍ରଛାତ୍ରୀଙ୍କୁ ଜେରା କରାଯାଇଛି । ଆଜି ଚିନ୍ମୟୀଙ୍କ ମାଁ ବାପାଙ୍କୁ ବୁର୍ଲା ଏସଡିପିଓ ଅଫିସରେ ପଚରାଉଚୁରା କରାଯାଇଥିବାବେଳେ ଉତ୍ତରାଂଚଳ ଆଇଜି ଡକ୍ଟର ଦୀପକ କୁମାର, ସମ୍ବଲପୁର ଏସପି ବତୁଲା ଗଙ୍ଗାଧର, ଅତିରିକ୍ତ ଏସପି ତପନ କୁମାର, ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ, ବୁର୍ଲା ଥାନା ଅଧିକାରୀ ସୁଶାନ୍ତ ଦାଶ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.