ଟଲମ୍ୟାନ ବିଜୁବାବୁଙ୍କ ୧୦୭ ତମ ଜୟନ୍ତି

ସଭା ସହ ବିଶାଳ ସାଇକେଲ ରାଲିର ଆୟୋଜନ

ହିଞ୍ଜିଳିକାଟୁ ୫।୩। : ପ୍ରବାଦ ପୁରୁଷ, ଓଡ଼ିଆ ସ୍ଵାଭିମାନର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସାରା ରାଜ୍ୟରେ ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ନୁତନ ଓଡିଶା ନିର୍ମାତା ଟଲମ୍ୟାନ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତି, ବିଶାଳ ସାଇକେଲ ରାଲିର ଆୟୋଜନ କଲା ହିଞ୍ଜିଳି ବ୍ଲକ୍ ଓ ପୌରାଞ୍ଚଳର ବିଜେଡି।ବିଜୁ ବାବୁଙ୍କ ଦୁଃସାହସିକ ସାଇକେଲ ଯାତ୍ରାକୁ ମନେ ପକାଇ ଏକ ବିଶାଳ ସାଇକେଲ ରାଲିର ଆୟୋଜନ କରାଯାଇଛି । ରବିଵାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ହିଞ୍ଜିଳିକାଟୁ ପୌରପରିଷଦ ତହସିଲ କାର୍ଯ୍ୟାଳୟ ନିକଟ ଵିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳରେ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ନେତା ଅଜୟ କୁମାର ମହାରଣା ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା ବରିଷ୍ଠ ବିଜେଡି ନେତା ଙ୍କ ଠାରୁ ଆରମ୍ଭ କରି ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଦଳର ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ମଧ୍ୟ ହୋଇଛନ୍ତି । ବିଜେଡିର ଵ୍ଳକ ଯୁବ ସଭାପତି ମନୋଜ କୁମାର ସାବତ ଓ ପୌରାଞ୍ଚଳର ବିଜେଡି ଯୁଵ ସଭାପତି ଙ୍କ ନେତୃତ୍ଵରେ ଏହି ରାଲି ହୋଇଛି । ରାଲି ପରେ ସମସ୍ତ ବିଜେଡି ନେତା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଯାଇ ରୋଗୀଙ୍କୁ ପାଚିଲା ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ରଵିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌରଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ବିରାଟ ଶେଭାଯାତ୍ରରେ ନଗର ପରିକ୍ରମା କରିଥିଲେ ।

ପରେ ଅପରାହ୍ନରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ନିକଟ ଵିଜୁ ପଟ୍ଟନାୟକ ପାର୍କ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା ।ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନର ସମୃଦ୍ଧ ଓଡ଼ିଶା ଓ ଜୀବନ କାହାଣୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଜୁବାବୁ ଜନ୍ମଜୟନ୍ତୀ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି। ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବପିଢିଙ୍କୁ ଆଗକୁ ବଢ଼ିବାକୁ ସାହସ ଯୋଗାଏ ବୋଲି ବିଜୁ ଜନତା ଦଳର ନେତା ଓ କର୍ମୀ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ମୁନିସିପାଲିଟି ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବିଜୁ ସେତୁ ଯୋଜନାର ଉପଦେଷ୍ଟା ଶରତ ଚନ୍ଦ୍ର ପାତ୍ର, ଶେରଗଡ ଵିଜେଡି ନେତା ହିନ ଵେହେରା, ଶେରଗଡ ବିଜେଡି ନେତା ହୃଷିକେଶ ପାଢି, ହିଞ୍ଜିଳିକାଟୁ ପୌରପରିଷଦ ଯୁଵ ବିଜେଡି ସଭାପତି ସଂଜୟ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧକ୍ଷ ଏନ. ରଘୁନାଥ, କୃଷିବିପଣନ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, , ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଡ଼ି. ବିଶ୍ୱନାଥ, କୋରାମଣି ରାଉଳ, ବିଜେଡି ନେତା ଅଜୟ କୁମାର ମହାରଣା , କିରଣ କୁମାର ପଟ୍ଟନାୟକ, ମାନସ ରଂଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ , ମନୋଜ କୁମାର ପଲେଇ ,ହିଞ୍ଜିଳିକାଟୁ ବ୍ଲକ ବିଜେଡି ଯୁବ ସଭାପତି ମନୋଜ କୁମାର ସାବତ, କାହ୍ନୁ ଚୌଧୁରୀ,, ବହୁ ସରଂପଚ, ସମିତି ସଭ୍ୟଙ୍କ ସମେତ ଶତାଧିକ ବିଜେଡ଼ି ମହିଳା ଓ ପୁରୁଷ କର୍ମୀଙ୍କ ସହ ସ୍ବଛସାଥି ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.