ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତିରେ ସାଇକେଲ ରାଲି, ସାମାଜିକ କାର୍ଯ୍ୟକ୍ରମ ସହ ଶପଥ ପାଠସଭା

ଛତ୍ରପୁର : ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମଜୟନ୍ତୀ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରବାଦ ପୁରୁଷଙ୍କ ଜୀବନ ଧାରା ଉପରେ ସ୍ମୃତିଚାରଣ କରାଯାଇଥିଲା । ପରେ ଦଳୀୟ ନେତା ଓ କର୍ମୀ ମାନେ ଲୋୟାର ବସଷ୍ଟାଣ୍ଡ ଠାରୁ ଏକ ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଅପରାହ୍ନରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ସଦସ୍ୟ ଏବଂ ସଦସ୍ୟା, ଦଳୀୟ କର୍ମକର୍ତ୍ତା, କର୍ମୀ, ସକ୍ରିୟ ସଦସ୍ୟ, ଏନଏସି ଓ ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଲୋକସେବାକୁ ମହନୀୟ ବ୍ରତ ଭାବେ ଗ୍ରହଣ କରିବେ ଏବଂ ସମୃଦ୍ଧ,ସସଶକ୍ତ, ଦଳୀୟ ଏକତା ଓଦଳୀୟ ଶୃଙ୍ଖଳା ସ୍ୱାଭିମାନୀ, “ନବୀନ ଓଡିଶା” ଗଢିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଚଳିତ ଜନହିତକର ବଜେଟ ର ସାରାଂଶ ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଅମଳରେ ତାଙ୍କ ସହ ସଶ୍ଲିଷ୍ଠ ଥିବା ନିର୍ବାଚନ ମଣ୍ଡଳୀର ବରିଷ୍ଟ ବିଜେଡି ନେତା ବିଶ୍ୱନାଥ ସାହୁ, ବିଶ୍ୱନାଥ ସୁବୁଦ୍ଧି, ଅରକ୍ଷିତ ସାହୁ, ପ୍ରକାଶ ପଣ୍ଡା ଓ ବଟ କୃଷ୍ଣ ପଣ୍ଡାଙ୍କୁ ଦଳ ପକ୍ଷରୁ ଉପଢୌକନ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ,ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ,ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ, ଛତ୍ରପୁର ନଗର ସଭାପତି ବି. ରାଜିବାବୁ, ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ,ଗଞ୍ଜାମ ଏନଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛତ୍ରପୁର ଏନଏସି ର କାଉନସିଲର ଦେବାଶିଷ ମିଶ୍ର, ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ଯୁବ ନେତା ଅଟଳ ବିହାରି ପଟ୍ଟନାୟକ, କାହ୍ନୁ ଚରଣ ବେହେରା, ଯୁବ ଆଇନଜିବୀ ସିମାଂଚଳ ମହାପାତ୍ର, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ବିଜୁ ଆଇନ ସାମ୍ମୁଖ୍ୟ ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.