ଚାଇନା ଡ୍ରୋନ କିଣି ଚିନ୍ତାରେ ପାକିସ୍ତାନ, ଭଙ୍ଗା-ଦଦରା ମାଲ୍ ପଠାଇଛି ବେଜିଂ…

ଇସ୍ଲାମାବାଦ : ଚୀନରେ ତିଆରି ହୋଇଥବା ସାମଗ୍ରୀ ନିକୃଷ୍ଟ ମାନର ବୋଲି ସମସ୍ତେ ଜାଣନ୍ତି । ଏକଥା ଏବେ ପାକିସ୍ତାନ ଅନୁଭବ କରୁଛି । ଚୀନରୁ ପାକିସ୍ତାନ କୋଟି କୋଟି ଡଲାର ମୂଲ୍ୟରେ କିଣିଥିବା ଡ୍ରୋନ ନିକୃଷ୍ଟ ମାନର ଓ ଠିକ ଭାବେ କାମ କରୁନଥିବା ଜଣାପଡ଼ିବା ପରେ ପାକିସ୍ତାନ ମୁଣ୍ଡରେ ହାତ ହେଇଦେଇଛି ।
ସୂଚନା ଅନୁସାରେ ପାକିସ୍ତାନ ଚୀନ କମ୍ପାନି ଆଲିଟରୁ ସିଏଚ-୪ ୟୁଏଭି (ଡ୍ରୋନ) କିଣିଥିଲା । ଏସବୁ ଡ୍ରୋନ ଶତ୍ରୁପକ୍ଷ ଉପରେ ନଜର ରଖିବାରେ ବ୍ୟବହାର ହୋଇଥାଏ । କିନ୍ତୁ ଏସବୁ ସାମଗ୍ରୀ ପାକିସ୍ତାନରେ ପହଞ୍ଚିବା ପରେ ପାକ ବାୟୁସେନା ପକ୍ଷରୁ ଏଗୁଡ଼ିକର ଯାଞ୍ଚ ଓ ପରୀକ୍ଷଣ କରାଯାଇଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଏସବୁ ଡ୍ରୋନଗୁଡ଼ିକର କେତେକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଂଗ ଠିକ ଭାବରେ କାମ କରୁନାହିଁ । କେତେକ ଅଂଶ ଭାଙ୍ଗିଯାଇଛି । ଏସବୁ ଭଙ୍ଗା ସାମଗ୍ରୀକୁ ମରାମତି ଓ ବଦଳ ପାଇଁ ପାକିସ୍ତାନ ବାୟୁସେନା ପକ୍ଷରୁ ଚୀନକୁ ପଠାଯାଇଛି ।

ସେହିପରି ପାକିସ୍ତାନ ପକ୍ଷରୁ ଚୀନରୁ କିଣାଯାଇଥିବା ଏଆର-୨ ମିସାଇଲରେ ବି ତ୍ରୁଟି ଥିବା ଦେଖାଯାଇଥିଲା । ଗୋଟିଏ ମିସାଇଲର ‘ସିକର’ ବିଫଳ ହୋଇଯାଇଛି । ଏହାର ଅର୍ଥ ହେଉଛି ଏହି ମିସାଇଲ ନିଜର ଟାର୍ଗେଟକୁ ଖୋଜି ପାଇବାରେ ବିଫଳ । ଏଣୁ ଏହି ମିସାଇଲକୁ ବ୍ୟବହାର କରିବା ଅର୍ଥ ନିଜ ପାଇଁ ବିପଦକୁ ଟାଣି ଆଣିବା ।

nis-ad
Leave A Reply

Your email address will not be published.