ମିଷ୍ଟର ଇଣ୍ଡିଆ ପରି ରାଜନୀତିରୁ ଉଭେଇ ଯାଇଛ : ଉଦ୍ଧବଙ୍କ ‘ମୋଗେମ୍ବୋ’ ବୟାନର ଜବାବ ଦେଲା ବିଜେପି

ମୁମ୍ବାଇ : କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହାଙ୍କୁ ଉଦ୍ଧବ ଠାକରେ ମୋଗାମ୍ବୋ କହିବା ପରେ ତାହାର ଜବାବ ଦେଇଛି ବିଜେପି । ମୁମ୍ବାଇରୁ ବିଜେପିର ବିଧାୟକ ଥିବା ଅତୁଲ ଭଟଖାଲକର କହିଛନ୍ତି ଯେ ଏପରି ନିର୍ବୋଧ ପରି ବୟାନ ଦେବାପରେ ଉଦ୍ଧବ ଗୋଟିଏ କଥା ବୁଝିପାରିନାହାନ୍ତି । ତାହା ହେଉଛି ମିଷ୍ଟର ଇଣ୍ଡିଆ ଯେପରି ଉଭେଇ ଯାଇଥିଲା, ଠିକ ସେହିପରି ଉଦ୍ଧବ ଠାକରେ ମହାରାଷ୍ଟ୍ର ରାଜନୀତିରୁ ଉଭେଇ ଯାଇଛନ୍ତି । ଏଣୁ ସେ ଘରେ ରହିବା ଉଚିତ ।
ଗତ ରବିବାର ଦିନ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ । ଅମିତ ଶାହାଙ୍କୁ ଲକ୍ଷ୍ୟ କରି ସେ ଏକ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ରର ଡାଇଲଗ୍ ମାରିଛଥିଲେ- ମୋଗାମ୍ବୋ ଖୁସ ହୁଆ ।
ମିଷ୍ଟର ଇଣ୍ଡିଆ ଫିଲ୍ମର ଖଳନାୟକ ଯେତେବେଳେ ଖୁସ ହେଉଥିଲା ସେତେବେଳେ ସେ କହୁଥିଲା “ ମୋଗାମ୍ବୋ ଖୁସ ହୁଆ” । ଏଣୁ ଶିବସେନାର ନାଁ ଓ ଚିହ୍ନ ଛଡ଼ାଇ ନେବା ପରେ ଅମିତ ଶାହା ଖୁସି ଅଛନ୍ତି ବୋଲି ଉଦ୍ଧବ ତାଙ୍କୁ ଟାର୍ଗେଟ କରି କହିଥିଲେ ।
ସେହିପରି ମୋଦୀଙ୍କୁ ଉଦ୍ଧବ କହିଥିଲେ ଯେ ଯେତେବେଳେ ୧୯୯୩ ବୋମା ବିସ୍ଫୋରଣ ବେଳେ ଶିବ ସୈନିକମାନେ ମୁମ୍ବାଇକୁ ବଞ୍ଚାଇଥିଲେ, ସେତେବେଳେ ୫୬ ଇଂଚ ଛାତି ବାଲା ମୋଦୀ କେଉଁଠି ଥିଲେ ?

nis-ad
Leave A Reply

Your email address will not be published.