ବହିରେ ମନକୁ ଜିତିବା ଭଳି ଅନେକ ସ୍ଵପ୍ନ ଓ ପ୍ରେରଣା ରହିଛି…

ଫୁଲବାଣୀ : ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ବାରା ପ୍ରତିଷ୍ଠିତ ଜିଲ୍ଲା ଇ- ପାଠାଗାରର ୫ମ ପ୍ରତିଷ୍ଠା ସାମାଜିକ ଅନୁଷ୍ଠାନ ସ୍ବାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ସୁନ୍ଦର ନାଗରିକ ହେବା ସହିତ ସ୍ବାବଲମ୍ବୀ ଓ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଇ-ପାଠାଗାର ଏକ ମାଧ୍ୟମ ବୋଲି କହିଥିଲେ। ସେହିପରି ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ସରକାରୀ ସ୍ବୟଂଚାଳିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋର୍ତିମୟୀ କହଁର କହିଲେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଏହି ଇ-ପାଠାଗାର ସହିତ ଯୋଡ଼ି ହୁଅନ୍ତୁ । ଏହି ଅନୁଷ୍ଠାନ ଏମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଯୋଗାଇଦେବ । ତେବେ ଅତିଥିମାନେ ଏହାର ପାଠକ ପାଠିକା ମାନଙ୍କର ତଥା ଅନୁଷ୍ଠାନର ଚିରନ୍ତନ ଅଭିବୃଦ୍ଧି କାମନା କରିଥିଲେ। ଏଠାରେ ଅଧ୍ୟୟନ କରି ସଫଳ ହୋଇଥିବା ପାଠକ ପାଠିକାମାନେ ସେମାନଙ୍କ ସଫଳ କାହାଣୀ ବର୍ଷନା କରିଥିଲେ । ସେମାନଙ୍କ କହିବା ଅନୁଶାରେ ସେମାନଙ୍କର ଆତ୍ମ ବିଶ୍ଵାସ ବଢ଼ିଯାଇଛି । ସେମାନେ ନିଜ ଇଚ୍ଛା ଅନୁଶାରେ ଚାକିରି କରିପାରୁଛନ୍ତି କାରଣ ସେମାନେ ଏଠାରେ ପାଠ ପଢ଼ିବାକୁ ନିଶାରେ ପରିଣତ କରିସାରିଛନ୍ତି ।
ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ପ୍ରତିଷ୍ଠାତା ସମ୍ପାଦକ ବିରେନ୍ଦ୍ର କୁମାର ଦାସ କହିଲେ, ମଣିଷର ଅଧିକ କ୍ଷତି ସେତେବେଳେ ହୋଇଥାଏ ଯେତେବେଳେ ସେ ତା’ର ଚିନ୍ତା ଓ ଚେତନାକୁ ନିୟନ୍ତ୍ରଣ କରିପାରେନି । ଯଦି ସେ ତା’ର ଜ୍ଞାନ ରୂପକ ଆୟୁଧକୁ ବୃଦ୍ଧି କରିପାରିବ ତେବେ ସେ ତା’ର ଶରୀର ଓ ମନକୁ ସମୃଦ୍ଧ କରିପାରିବା ସହିତ ବଂଚିବା ପାଇଁ ଖୋରାକ୍ ମଧ୍ୟ ପାଇଯିବ । ସଫଳତା ଥରେ ମିଳିଗଲେ, ଜୀବନ ସାରା କେବଳ ସଫଳତାହିଁ ମିଳିବ । କାରଣ ଅଧ୍ୟୟନକୁ ଭଲପାଉଥିବା ମଣିଷ କେବେବି ପଛକୁ ଚାହିଁ ନ ଥାଏ । ତେଣୁ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ହୁଅନ୍ତୁ ବା ସ୍ବାବଲମ୍ବୀ ହେବାକୁ ଚାହୁଁଥିବା ଯୁବଗେଷ୍ଠୀ ହୁଅନ୍ତୁ ଏହି ମହାବୃକ୍ଷ ଇପାଠାଗାରର ସହଯୋଗ ନିଅନ୍ତୁ । ଫଳତ ନିଶ୍ଚୟ ମିଳିବ । ନିଜର ଇଚ୍ଛା ଅନୁଶାରେ ଫଳ ନ ମିଳିଲେବି ଛାୟାତ ନିଶ୍ଚୟ ମିଳିବ। ସେ ନିଶ୍ଚୟ ଭଲ ମଣିଷଟିଏ ହୋଇପାରିବ ଏବଂ ସ୍ବାବଲମ୍ବୀ ହୋଇପାରିବ । ସେ ପାଠକ ପାଠିକା ମାନଙ୍କୁ ଚନ୍ଦନ, ହୀରା, ମୋତି, ମାଣିକ୍ୟ ସହିତ ତୁଳନା କରିଥିଲେ । ସେମାନେ ଚାହିଁଲେ,ଏଠାରେ ଅଧ୍ୟୟନ କରି ନିଜ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇପାରିବେ ।

ଏହି ଇ-ପାଠାଗାରର ପ୍ରତିଷ୍ଠାତା ସଦସ୍ୟ ତଥା ବିଶିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ କହିଲେ, ବହି ଇତିହାସ କଥା କହେ । ବହିରେ ମନକୁ ଜିତିବା ଭଳି ଅନେକ ସ୍ଵପ୍ନ ଓ ପ୍ରେରଣା ରହିଛି । ଯେଉଁମାନେ ଏଠାରେ ନିୟମିତ ଭାବରେ ଏଠାରେ ଅଧ୍ୟୟନ କରି ଜ୍ଞାନ ଆହରଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ପଲିଟେକ୍ନିକ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଇ-ପାଠାଗାରର ଗ୍ରନ୍ଥାଗାରିକ ଶିବ ସୁନ୍ଦର ସାହୁ ତାଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନବେଳେ ଏହି ପାଠାଗାରରେ ପଢୁଥିବା ପିଲାମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣ ଶିକ୍ଷକରୁ ଆରମ୍ଭ କରି ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇସାରିଛନ୍ତି । ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥ୍‌ମାନଙ୍କ ଦ୍ୱାରା ପାଠାଗାରକୁ ବହି ଦାନ କରିଥିବା ସଦସ୍ୟ ସଦସ୍ୟ ଓ ଶୃଙ୍ଖଳିତ ଭାବରେ ଅଧ୍ୟୟନ କରୁଥିବା ପାଠକ ପାଠିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

nis-ad
Leave A Reply

Your email address will not be published.