ମାର୍ଚ୍ଚ ୫ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା…

ଭୁବନେଶ୍ୱର : ସଫଳ ହେବ ରାଜ୍ୟ ସରକାରଙ୍କ ଆଉ ଏକ ସ୍ୱପ୍ନ । ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ । ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭୁବନେଶ୍ୱରରୁ ଦୁବାଇକୁ ଯିବାକୁ ଥିବା ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାର୍ଚ୍ଚ ୫ ତାରିଖ ରେ ସନ୍ଧ୍ୟା ୧୮.୦୫ (୬ଟା ୦୫) ସମୟ ରେ ବାହାରି ୨୧.୪୫(୯ଟା୪୫)ରେ ଦୁବାଇରେ ପହଞ୍ଚିବ । ସେହିପରି ଅନ୍ୟଏକ ବିମାନ ସକାଳ ୧୧.୨୫ରେ ଦୁବାଇ ଛାଡିବା ସହ ଭୁବନେଶ୍ୱରରେ ସନ୍ଧ୍ୟା ୧୭.୦୫(୫ଟା.୦୫ରେ ପହଞ୍ଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବ୍ୟବହାର କରିଥିବା ଆଇକନିକ ବିମାନ ଡାକୋଟା ପାଇଁ ଏକ ସଂଗ୍ରହାଳୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରୁ ଦୁବାଇ ବିମାନ ସେବାର ଉଦଘାଟନ କରିବେ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.