ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର…

ଫୁଲବାଣୀ : ଘରୋଇ ସ୍କୁଲରରେ ବୁଧବାର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ସମସ୍ତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ଘରୋଇ ହାଇସ୍କୁଲରେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ  ଛାତ୍ରମାନେ ସ୍କୁଲର ହଷ୍ଟେଲରେ ରହି ପାଠ ପଢୁଥିଲେ। ଆଜି ସକାଳୁ ସ୍କୁଲ ସମୟରେ ଏକ ଛୁଟିବେଳେ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଏକ ବିସ୍ଫୋରକ ସାମଗ୍ରୀ ପାଇଥିଲେ। ଏହି ବିସ୍ଫୋରକ ସାମଗ୍ରୀ ଧରି ଥିବାବେଳେ କୌଣସି କାରଣ ବଶତଃ ବିସ୍ଫୋରକଟି ଫୁଟିବା ଫଳରେ ତିନି ଜଣ ଆହତ ହୋଇଥିଲେ। ଏଥିରୁ ଦୁଇଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତର ଓ ଆହତ ଛାତ୍ରମାନଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏଭଳି ଅଭାବନୀୟ ଘଟଣା ନେଇ ସେଇ ସ୍କୁଲର ଜଣେ ଶିକ୍ଷକ କହିଛନ୍ତି, ସେଥିରେ ସତ୍ୟତା ନାହିଁ ବେଳେ ଛାତ୍ରମାନେ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ ବିସ୍ପରକ ସାମଗ୍ରୀ ଆଣିଥିଲେ କେଉଁଠାରୁ ତାହା ତଦନ୍ତ ସାପେକ୍ଷ।

nis-ad
Leave A Reply

Your email address will not be published.