୧୦୬ ହାଇସ୍କୁଲ ପାଇଁ ଆସିଲା ଚିଠା ଗାଇଡଲାଇନ…

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ ହୋଇଥିବା ୧୦୬ ହାଇସ୍କୁଲ ପାଇଁ ଚିଠା ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଯାହାର ଅନୁମୋଦନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପଠାଯାଇଛି । ତେବେ ୫୭ଟି ଉଚ୍ଚମାଧ୍ୟମିକ ସ୍କୁଲ ସମଗ୍ର ଶିକ୍ଷା ଅଧୀନରେ ପରିଚାଳିତ ହେଉଛି ।

ଏଠାରେ ଉଭୟ ଅଫଲାଇନ ଓ ଅନଲାଇନ ମୋଡରେ ନାମଲେଖା ହେବ । ତେବେ ଯେଉଁ ଛାତ୍ରଛାତ୍ରୀ ସେହି ହାଇସ୍କୁଲରେ ଦଶମ ପଢ଼ିଥିବେ, ସେମାନଙ୍କୁ ଆଗ ନାମଲେଖାର ସୁଯୋଗ ମିଳିବ । ତେଣୁ ସେମାନଙ୍କ ନାମଲେଖା ଅଫଲାଇନ ମୋଡରେ ହେବ । ବାକି ନାମଲେଖା ଅନଲାଇନ ହେବ । ହାଇସ୍କୁଲ ପ୍ରଧାନ ଶିକ୍ଷକ ହିଁ ଅଧ୍ୟକ୍ଷ ବା ପ୍ରିନସିପାଲ ରହିବେ । ଏଠି ପିଲାମାନେ ଉଭୟ ବିଜ୍ଞାନ ଓ କଳା ପଢି ପାରିବେ ।

nis-ad
Leave A Reply

Your email address will not be published.