ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ ୧୧ କୋଟି ଟଙ୍କା ଠକେଇ…

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଏମସିର କେଳେଙ୍କାରୀ ସାମ୍ନାକୁ ଆସୁଛି । ୫୪ କୋଟି ଟଙ୍କା ହେରଫେର ମାମଲାରେ କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ବେଳେ ବିଏମସି ସୈନିକସ୍କୁଲ ସ୍ଥିତ ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ୧୧ କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଛି । ଲୋକାୟୁକ୍ତରେ ସମସ୍ତ ତଥ୍ୟ ପ୍ରମାଣ ସହ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଦୁର୍ନିତିର ପ୍ରମାଣ ପାଇପରେ ଲୋକାୟୁକ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି । ସୈନିକ ସ୍କୁଟ ନିକଟ ଟିଟିଏସ୍‌ରେ ଅଳିଆ ପକା ଉଠାକୁ ନେଇ ୧୧ କୋଟି ୩୦ ଲକ୍ଷ ୪୪ ହଜାର ଟଙ୍କା ଠକେଇ ହୋଇଥିବା ଜଣାପଡିଛି ।

ଏଥବସହ ବିଏମସିର ୧୨ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ଥିବା ଅଭିଯୋଗରେ ଦର୍ଶାଯାଇଛି । ୨୦୧୧ରୁ ୨୦୧୬ ମଧ୍ୟରେ ଏହି ମହାର୍ଦୁନିତୀ ହୋଇଛି ।ଯେତିକି ପରିମାଣର ଅଳିଆ ପଠା ପକା ହୋଇଛି ତାଠାରୁ ଅଧିକ ବିଲ କରିଛି ଠିକା ସଂସ୍ଥା । ପାଖାପାଖି ୧୪ ଳକ୍ଷ ୧୬ ହଜାର ୬୨୫ କ୍ୟୁବିକ ମିଟର ଅବର୍ଜନା ମିଉ ବିଲ ହୋଇଥିବା ଅଭିଯୋଗରେ ଦର୍ଶଯାଇଛି । ୨୦୧୬ ଓ ୨୦୧୭ ବର୍ଷ ମଧ୍ୟରେ ବିଏମସି ଅଧିକାରୀ ଏହି ଠକେଇ ସମ୍ପର୍କରେ ଜାଣିବା ପରେ ମଧ୍ୟ କେବଳ ନୋଟିସ ଦେଇ ଚୁପ ବସିଯାଇଛନ୍ତି । ଏ ନେଇ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାଳକ ଅଭିଯୋଗ କରିବା ସହ ଏହାର ଉଚିତ ତଦନ୍ତ ଦାବି କରିଛନ୍ତି । ଏ ନେଇ ମେୟର ସୁଲୋଚନା ଦାସ କହିଛନ୍ତି ଯଦି ର୍ଦୁନିତୀ ହୋଇଥାଏ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ତେଣୁ ଏହାକୁ କଡାକଡି ନିରପେକ୍ଷ ତଦନ୍ତ କରାଯିବ ବୋଲି ମେୟର କହିଛନ୍ତି ।

nis-ad
Leave A Reply

Your email address will not be published.