ଦୁସ୍ଥ ନିଶ୍ପେଷିତ ବାସଗୃହ ବିହିନ ସମାଜସେବୀ…


ଫିରିଙ୍ଗିଆ-କନ୍ଧମାଳ କିଲ୍ଲା ଫିରିଙ୍ଗିଆ ବ୍ଲକ୍ କେଳାପଡା ଗ୍ରାମପଚାଂୟତର ଜୟଲମ୍ବା ଗ୍ରାମର ଜତନ କହଁର ବୟଷ -୬୭ ବର୍ଷ । ବୃତିରେ ସମାଜ ସେବା । ଜେତେବେଳେ ତାଙ୍କୁ ୨୨ ବର୍ଷ ସେବେ ଠାରୁ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ନିଜର ଭବିଶ୍ୟତ କଥା କି ଜୀବନ ଜିବିକା କେବେ ଚିନ୍ତା କରିନାହାନ୍ତି । ଦିର୍ଘ ୪୫ ବର୍ଷ ଧରି ସମାଜର ବିଭିନ୍ନ ଶ୍ରେଣିର ଲୋକଙ୍କ ପାଇଁ ସେବା କରି ଆସୁଛନ୍ତି । ଗ୍ରାମାଚଂଳରେ ଶିକ୍ଷା ,ସ୍ବାସ୍ଥ୍ୟ , ଅନ୍ଧବିଶ୍ବାସ ସଚେତନ ଦିଗରେ ଗାଁ ଗାଁ ବୁଲି କାମକରନ୍ତି । ଦିର୍ଘଦିନ ଚାଲି ଚାଲି ବୁଲି ସମାଜ କାମ କରୁଥିବା ପରିପେକ୍ଷିରେ ତାଙ୍କର ଆଜିର ଉନ୍ନତି କହିଲେ ସେକେଣ୍ତହେଣ୍ତ ସାଇକେଲଟିଏ । ତାଙ୍କର ଜୀବନ କାଳ ମଧ୍ୟରେ କାମ କରୁଥିବା ଅବସ୍ଥାରେ ଯେଉଁଠି ରାତ୍ର ହୁଏ ସେଇଟା ତାଙ୍କ ର ଅଶ୍ରୟ ସ୍ଥଳି । ୪୫ ବର୍ଷର ସମାଜ ସେବା ଯାତ୍ରାରେ ନିଜର ମୁଣ୍ତ ଜୁଞିବାକୁ କୁଡିଆ ଟିଏ ନାହିଁ । କାମ କରିବା ଭିତରେ ଯେଉଁଗାଁରେ ରାତ୍ର ହୁଏ ସେହି ଗାଁରେ ମଣ୍ତପ ତାଙ୍କ ର ରାତ୍ର ଜାପନର ଆଶ୍ରୟ ସ୍ଥଳି । ଖାଇବା ଲୋକଙ୍କ ଦାନ କିମ୍ବା କିଛି ସ୍ବେଛାସେବୀ ସାଗଂଠନର ରେମୁନେସନ ଚଳିଜାଉଥିଲେ । ତାଙ୍କ ଜୀବନ ରେ କାମ ଆରମ୍ଭ କରନ୍ତି ନିଜେ ଗଠନ କରନ୍ତି ନବୋଦୟ ଯୁବକସଂଘ ଓ ଯୁବକ ସଂଘ ଦ୍ବାରା ନିଜ ଗାଁର ପୁଣିର୍ମାଣ କାମରେ ଲାଗି ପଡିଥିଲେ ତାଙ୍କର ଯୁବକ ଅବସ୍ଥାରେ । ପରବର୍ତି ଟାଗୋର ସୋସାଇଟି ଫର ରୁରାର ଡେଭଲ୍ପମେଣ୍ଟ ରେ ଫିରିଙ୍ଗିଆ ବ୍ଲକର ବିଭି୍ନ୍ନ ଗ୍ରାମ ବୁଲି ବୁଲି ସମାଜ କାମ କରି ଛନ୍ତି । ପରବର୍ତି ସଂଗଠନ ତାଙ୍କର ” ଅଗ୍ରଗାମୀ ” ରେବି ବହୁତ ଦିନ ଲୋକଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ” ଆରସ୍ମିନି ” ସ୍ବେଛାସେବୀ ସଂଗଠନରେ ମହିଳା ମାନଙ୍କର କୋଠ ପାଣ୍ଠି ଆତ୍ମନିର୍ଭରଶିଳ ଉପରେବି କାକ କରି ଛନ୍ତି । ଦିର୍ଘ ୪୫ ବର୍ଷର ସମାଜ ସେବା କରିବାପରେ କୁଇ ସମାଜର ବି ଜଣେ ସଚେତକ ସାମାଜିକ କର୍ମି ।
ବହୁତ ଲୋକଙ୍କର ସେବା ଥଇଥାନ ସଚେତନ , କରିକରି ସେ ନିଜକୁ ଭୁଲି ଜାଇଛନ୍ତି । ଆଜି ଜାଜୀର୍ଣ ଅବସ୍ଥାରେ ତାଙ୍କ ପାଖରେ ମୁଣ୍ତଗୁଞିବାକୁ ଗୃହ ଖଣ୍ତେ ନାହିଁ କି ବାର୍ଦ୍ଧକ୍ୟ ଭତା ବ୍ୟତିତ ନିଜର ବୋଲି କିଛି ନାହିଁ ! ସେତେବେଳେ ବାହାରେବୁଲି କାମ କରି ପାରୁଥିଲେ ବୋଲି ଗ୍ରାମ ବିଭିନ୍ନ ଗ୍ରାମର ଗ୍ରାମ ମଣ୍ତପ ତାଙ୍କର ରାତ୍ର ଆଶ୍ରୟ ସ୍ଥଳି ଥିଲା । ଅଜି ଲୋକଙ୍କ ବାରଣ୍ତା ଆଶ୍ରୟ ସ୍ଥଳି । ସ୍ବାଧିନତାର ୭୪ ବର୍ଷ ପରେବି ଗୃହ ଖଣ୍ତେ ନ ପାଇ ଜଣେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମାଜ ସେବୀ ଫୁଟ୍ ଫାଥ କିମ୍ବା କାହା ବାରାଣ୍ତାରେ ମୃତ୍ୟ କରିବାକୁ ଅପେକ୍ଷା । ମଣିଷ ମଣିଷ ପରି ଶେଷ ଜୀବନ ମୁଣ୍ତ ଉପରକୁ ଛାତ ଟିଏ ବା କୁଡିଆ ଟିଏ ସରକାରଙ୍କ ତରଫରୁ ମିଳିଲେ ସେ ସରକାର ଓପ୍ରଶାସନକୁ କୋଟି କୋଟି ସଲାମ କରିବେ ବୋଲି ପ୍ରକାସ କରିଛନ୍ତି

nis-ad
Leave A Reply

Your email address will not be published.