ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୨୮।୧ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦାୟିତ୍ବ ନିର୍ବାହ ସହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା କ୍ଷେତ୍ର ରେ ଭଲ ପ୍ରଦର୍ଶନ କରିବା ପାଇଁ ଊଭୟ ଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଵୋଲି ଅଭିଭାବକ ମାନଙ୍କୁ ଅବଗତ କରିଥିଲେ l ମୁଖ୍ୟ ଅତିଥି ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସିଆରସିସି ସୁଶାନ୍ତ କୁମାର ପାଢ଼ୀ ଏଵଂ ମୂଖ୍ୟ ବକ୍ତl ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମ କୃଷ୍ଣ ଗୌଡ଼ ଯୋଗ ଦେଇ ଅଭିଭାବକ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ର ସମନ୍ୱୟ ଦ୍ୱାରା ଶିକ୍ଷା ର ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ଗୁରତ୍ୱ ଆରୋପ କରିଥିଲେ ଏହି ସମ୍ମିଳନୀ ରେ ୧୮୦ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ କୁ ଅଧ୍ୟାପକ ମାନସ ରଞ୍ଜନ ପଟନାୟକ ସଂଯୋଜନା କରିଥିବା ବେଳେ l ଅଧ୍ୟାପକ କାଳୁ ଚରଣ ନାୟକ ପରିଚୟପ୍ରଦାନ କରିଥିଲେ ।ଶେଷରେ ଅଧ୍ୟାପକ ଗୋପାଳ କୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରି ଥିଲେ ।କାର୍ଯ୍ୟକ୍ରମକୁ ସମସ୍ତ ଡ଼ିଗ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.