ମହାରାଷ୍ଟ୍ରରେ କରୋନା ମହାମାରୀ ସମୟରେ ପାରୋଲରେ ଯାଇଥିବା ୪୫୧ କଏଦୀଙ୍କର ମିଳୁନାହିଁ ପତ୍ତା…

ମୁମ୍ବାଇ,୨୪ ।୧: କରୋନା ସମୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରେ ସଜା ଭୋଗୁଥିବା କଏଦୀଙ୍କୁ କରୋନା ମହାମାରୀ ସମୟରେ ପରୋଲରେ ଛାଡି ଦିଆଯାଇଥିଲା । ହେଲେ ଏବେ ଏହି କଏଦୀମାନେ ଜେଲକୁ ଫେରୁ ନ ଥିବା ଜଣାପଡିଛି । ମହାରାଷ୍ଟ୍ରରେ ଏମିତି ପ୍ରାୟ ୪୫୧ କଏଦୀ କରୋନାର ଫାଇଦା ଉଠାଇ ନିଖୋଜ ହୋଇଯାଇଛନ୍ତି ।

ଏମାନଙ୍କ ମଧ୍ୟରୁ ୩୫୭ କଏଦୀଙ୍କ ବିରୋଧରେ ଏଫଆଇଆର ଦାଖଲ କରି ପୋଲିସ ନିଖୋଜ କଏଦୀଙ୍କୁ ଖୋଜିବାରେ ଲାଗିପଡିଛି । ମହାରାଷ୍ଟ୍ରରେ କରୋନା ମହାମାରୀ ସମୟରେ ୭ ବର୍ଷ ଅବା ଏହାଠାରୁ କମ ସଜା ଭୋଗୁଥିବା କଏଦୀଙ୍କୁ ପାରୋଲରେ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ଜେଲରେ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ୩୫୦୦୦ କଏଦୀ ଥିଲେ ।

nis-ad
Leave A Reply

Your email address will not be published.