ରାଜଧାନୀରେ ଶୀତ ଲହରି ଭିତରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ, ୪ ବର୍ଷ ପରେ ୨୩ ଜାନୁୟାରୀରେ ସର୍ବାଧିକ ତାପମାତ୍ରା

ନୂଆଦିଲ୍ଲୀ,୨୪ ।୧: ଚଳିତ ବର୍ଷର ହାଡଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି । ଜାନୁୟାରୀର ଶୀତ ମଧ୍ୟରେ ଗରମ ବି ତା’ର ରେକର୍ଡ ଭାଙ୍ଗିଛି । ବିଶ୍ୱାସ ହେଉ ନ ଥିଲେ ବି ଜାନୁୟାରୀ ୨୩ ଅର୍ଥାତ୍ ସୋମବାର ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା ୨୫.୯ ଡିଗ୍ରୀ ସେଲସିୟସ । ଏହା ୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛି । ଗତଥର ୨୧ ଜାନୁୟାରୀ ୨୦୧୯ରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ହୋଇଥିଲା ୨୮.୭ ଡିଗ୍ରୀ ସେଲସିୟସ ।
ଭାରତୀୟ ପାଇପାଗ ବିଭାଗ(ଆଇଏମଡି)ର ସୂଚନା ଅନୁଯାୟୀ, ମଙ୍ଗଳବାର ରାଜଧାନୀର ଆକାଶରେ ବାଦଲ ଦେଖାଯିବା ସହ ହାଲକା ବର୍ଷା ହୋଇପାରେ । ଏହାସହ ମଙ୍ଗଳବାର ପୁଣିଥରେ ତାପମାତ୍ରା ହ୍ରାସ ପାଇପାରେ ବୋଲି ଆଇଏମଡି ଭବିଷ୍ୟବାଣୀ କରିଛି । ବୁଧବାର ଓ ଗୁରୁବାର ବି ଦିଲ୍ଲୀରେ ହାଲକା ବର୍ଷା ହୋଇପାରେ ।

nis-ad
Leave A Reply

Your email address will not be published.