ଟିପିଏସ୍‌ଓଡ଼ିଏଲ୍‌ରେ କାର୍ଯ୍ୟରତ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଓ ଶୋଷଣ ନେଇ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର : ଟିପିଏସ୍‌ଓଡ଼ିଏଲ୍‌ରେ କାର୍ଯ୍ୟରତ ମହିଳା ଯୌନ ନିର୍ଯ୍ୟାତନା ଓ ଶୋଷଣ ଶୀକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ମହିଳାଙ୍କୁ ସମର୍ଥନ କରି ଓଡ଼ିଶା ରାଜ୍ୟ ଇଲେଟ୍ରିକ୍ ବୋର୍ଡ଼ ଶ୍ରମିକ ମହାସଂଘ ପକ୍ଷରୁ ଆଜି ଟିପିଏସ୍‌ଓଡ଼ିଏଲ୍‌ରେ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।- ଟିପିଏସ୍‌ଓଡ଼ିଏଲ୍‌ରେ ଏନଫୋର୍ସମେଟଂ୍ ଏବଂ ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ମହିଳା ଜଣଙ୍କୁ ତାଙ୍କ ଉପରୋସ୍ଥ ଅଧିକାରୀ ବାରମ୍ବାର ମାନସିକ ନିର୍ଯ୍ୟାତନା ସହ ତାଙ୍କ ସହିତ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ ମହିଳା । ସେ ଏହାକୁ ବିରୋଧ କରିବା ପରେ ତାଙ୍କୁ ବିଭିନ୍ନ ଆଳରେ ନିର୍ଯ୍ୟାତନା କରିବା ସହ ଅଫିସ କାର୍ଯ୍ୟରେ ହଇରାଣ କରିଆସୁଥିଲେ । ଉପରୋସ୍ଥ ଅଧିକାରୀ ଜଣକ ବାରମ୍ବାର ମହିଳା ଜଣଙ୍କୁ ବିଭିନ୍ନ ଆଳରେ ନିଜ କେବିନ୍ କୁ ଡ଼ାକି ଶାରିରୀକ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଯଦି ସେ ତାଙ୍କର କଥାରେ ରାଜି ହୁଅନ୍ତି ତେବେ ତାଙ୍କୁ ପଦୋନ୍ନତି ଦିଆଯିବା ପାଇଁ ପ୍ରଲୋଭନ ମଧ୍ୟ ଦେଖାଇଥିଲେ । ମହିଳା ଜଣଙ୍କ ଠିକାରେ ଟିପିଏସ୍‌ଓଡ଼ିଏଲ୍ ଭିଜିଲାନ୍ସ ସିକ୍ୟିରିଟ୍ ଏଜେନ୍ସିରେ ସେ କାର୍ଯ୍ୟ କରୁଥିବା ବେଳେ ଏଥିରେ ସେ ରାଜି ନହେଲେ ଅନ୍ୟତ୍ର ବଦଳି କରିବା, ଚାକିରିରୁ ବାହାର କରିଦେବା ମଧ୍ୟ ଧମକ ଦେଉଥିଲେ । ମହିଳା ଜଣଙ୍କ ଏକୁଟିଆ ଥିବା ବେଳେ ତାଙ୍କୁ ବିଭିନ୍ନ ବାହାନାରେ ତାଙ୍କ ଶାରୀରିକ ନିର୍ଯ୍ୟତନା ଦେଇଥିଲେ । ଗତ ୧୧ ତାରିଖରେ ଅଧିକାରୀ ଜଣଙ୍କ ତାଙ୍କ କ୍ୟାବିନକୁ ଡ଼ାକି ଯୌନ ଶୋଷଣ କରିବା ପାଇଁ ଉଦ୍ୟମ କରିଥିଲେ ।

ମହିଳା ଜଣଙ୍କ କୌଶଳକ୍ରମେ କ୍ୟାବିନରୁ ବାହାରି ଯାଇଥିଲେ । ସେ ଏହି କଥା ବାହାରେ ପ୍ରଘଟ କଲେ ହତ୍ୟା କରାଯିବାକୁ ଧମକ ଦେଇଥିବା ମହିଳା ଜଣଙ୍କ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ନିର୍ଯାତିତ ମହିଳାଙ୍କୁ ସମର୍ଥନ କରି ଓଡ଼ିଶା ରାଜ୍ୟ ଇଲେଟ୍ରିକ୍ ବୋର୍ଡ଼ ଶ୍ରମିକ ମହାସଂଘ ପକ୍ଷରୁ ଆଜି ଟିପିଏସ୍‌ଓଡ଼ିଏଲ୍‌ରେ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ଉପଯୁକ୍ତ ତଦନ୍ତ କରି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ସଂଘ । ତଦନ୍ତକୁ ଅଧିକ ନିରପେକ୍ଷ କରିବା ପାଇଁ ଟାଟା କର୍ତୃପକ୍ଷ ଉକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବୀ ହୋଇଛି । ଯଦି ଏହା ନ ହୁଏ ତେବେ ମହିଳା ଜଣଙ୍କ ଉଚିତ୍ ନ୍ୟାୟ ପାଇପାରିବେ ନାହିଁ ବୋଲି ସଂଘ ପକ୍ଷରୁ ଆଶଙ୍କା ପ୍ରକୋଟ କରାଯାଇଛି । ସାଧାରଣ ସଂପାଦକ ଜଗନ୍ନାଥ ମହାରଣା, କାର୍ଯ୍ୟକାରୀ ସଭାପତି ଶ୍ରୀବତ୍ସ ବିଶ୍ୱାଳ, ଡ଼େପୁଟି ସାଧାରଣ ସଂପାଦକ ଅଜିତ୍ କୁମାର ପାତ୍ର, ଡ଼ିଗ୍ରି ଇଞ୍ଜିନିୟରିଂ ଆସୋସିଏସନ୍‌ର ସାଧାରଣ ସଂପାଦକ ସୁନିଲ କୁମାର ସ୍ୱାଇଁଙ୍କ ସମେତ ବହୁ କର୍ମକର୍ତା ଓ କର୍ମଚାରୀ ଆଜି ବିକ୍ଷୋଭରେ ସାମିଲ୍ ହୋଇଥିଲେ । ଏନେଇ ଏକ ଦାବୀପତ୍ର ଟାଟା ସିଇଓଙ୍କୁ ପ୍ରଦାନ କରାଯାଇଥିଲା । ଟାଟା ପାୱାର ରାଜ୍ୟ ସରକାରଙ୍କ ସମସ୍ତ ନୀୟମକୁ ଅନୁପାଳନ କରି ନିଯୁକ୍ତି ପ୍ରଦାନ କରିବାକୁ ଦାବୀ କରାଯାଇଥିଲା ।

nis-ad
Leave A Reply

Your email address will not be published.