ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ…

ହିଂଜିଳିକାଟୁ : ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ (ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶା ଦ୍ୱାରା ଅନୁବନ୍ଧିତ) ହିଂଜିଳିକାଟୁ ଡ଼ିଭିଜନର ବାର୍ଷିକ ବୈଠକ ଓ ନିର୍ବାଚନ କାର୍ଯ୍ୟକ୍ରମ ହିଂଜିଳିକାଟୁ ପୌରାଂଚଳ ଅନ୍ତର୍ଗତ ନୂଆଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ଡ଼ିଭିଜନ ସମ୍ପାଦକ ସଂଜୟ କୁମାର ତ୍ରିପାଠୀ ବୈଠକ ଆବାହନ କରିଥିଲେ । ବୈଠକରେ ସାଉଥ ଜୋନ ସମ୍ପାଦକ ମନୋରଂଜନ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ତରାଇଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ , ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ନଗର ଯୁବ ବିଜେଡ଼ି ସଭାପତି ସଂଜୟ କୁମାର ପଣ୍ଡା, ପ୍ରେସ କ୍ଲବ ହିଂଜିଳିକାଟୁ ସଭାପତି ସମ୍ବାଦିକ ଦ୍ୱିତୀକୃଷ୍ଣ ପଣ୍ଡା, ହିଂଜିଳିକାଟୁ ଅଧିକ୍ଷଣ ଯନ୍ତ୍ରୀ ନରୋତମ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟ ସମୟରେ ବିଭିନ୍ନ ନିୟମ ପାଳନ ନିମନ୍ତେ ଉପସ୍ଥିତ ସମସ୍ତ ଶ୍ରମିକ ଶପଥ କରିଥିଲେ । ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇ ସମାଧାନ ନିମନ୍ତେ ପଦକ୍ଷେପ ନିମନ୍ତେ ସଂଘର କାର୍ଯକର୍ତା ମାନେ ଅତିଥି ମାନଙ୍କ ସହଯୋଗ କାମନା କରିଥିଲେ । ଶ୍ରମିକ ମାନଙ୍କ ଦାବି ଗୁଡ଼ିକର ଯଥାସାଧ୍ୟ ସମାଧାନ ନିମନ୍ତେ ସହଯୋଗ କରିବାକୁ ଅତିଥି ମାନେ ପ୍ରତିଶୃତି ଦେଇଥିଲେ । ସଭା ପରେ ଅନୁଷ୍ଠିତ ବାର୍ଷିକ ନିର୍ବାଚନୀରେ ସଂଜୟ କୁମାର ତ୍ରିପାଠୀ ଡ଼ିଭିଜନ ସମ୍ପାଦକ, ଅକ୍ଷୟ କୁମାର ମିଶ୍ର ଯୁଗ୍ମ ସମ୍ପାଦକ ପୁନଃ ମନୋନୀତ ହୋଇଥିଲେ । ଏଥିରେ ସଂଘର ବ୍ରହ୍ମପୁର ସର୍କିଲ ସମ୍ପାଦକ ପି ସରୋଜ ଆଚାରୀ, ଆସିକା ସମ୍ପାଦକ ସୁଶାନ୍ତ କୁମାର ଭୂୟାଁ, ଯୁଗ୍ମ ସମ୍ପାଦକ ରାକେଶ ସ୍ୱାଇଁ, ପୁରୁଷୋତମପୁର ସମ୍ପାଦକ ତପନ ପାଠୀ, ଦିଗପହଣ୍ଡି ସମ୍ପାଦକ ଅବିନାଶ ପ୍ରଧାନ, ବାଲ୍ୟବର ସେଠୀ, ଗଣେଶ ନାୟକ, ଦେବୀ ପ୍ରସାଦ ପଟ୍ଟନାୟକ, ଅନନ୍ତ ବାଡ଼ତ୍ୟାଙ୍କ ସମେତ ଶତାଧିକ ସଂଘ କାର୍ଯ୍ୟକର୍ତା ଓ ସଦସ୍ୟ ଉପସ୍ଥିତ ରହି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଆଲୋଚନାରେ ଭାଗ ନେଇଥିଲେ ।

nis-ad
Leave A Reply

Your email address will not be published.