ପଞ୍ଚାୟତସ୍ତରୀୟ କିଶୋରୀ ବାଳିକା ସଚେତନତା କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି (୧୬/୦୧) : କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ କୁମ୍ଭାରିଗାଁ ଓ କାଟିଙ୍ଗା ପଞ୍ଚାୟତକୁ ନେଇ ଆମ ଗାଁ ସ୍ୱେଚ୍ଛ ସେବୀ ଅନୁଷ୍ଠାନ ତରଫରୁ ପଞ୍ଚାୟତ ସ୍ଥରୀୟ କିଶୋରୀ ବାଳିକା ସଚେତନ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କାଟିଙ୍ଗିଆ ସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟଳୟ ପରିସର ପ୍ରାଙ୍ଗଣରେ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ କାଟିଙ୍ଗିଆ ସରପଞ୍ଚ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ କାଟିଙ୍ଗିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜୟ କୁମାର ରଣସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁମ୍ଭାରିଗାଁ ସରପଞ୍ଚ ସୁମିତ୍ରା ଦଳବେହେରା, କାଟିଙ୍ଗିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଟମାଝୀ, ପୂର୍ବତନ ସମିତି ଅଧକ୍ଷ ରମାକାନ୍ତ ବଳିୟାରସିଂ, ଆମଗାଁ ସ୍ୱେଚ୍ଛା ସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିୟାରସିଂ, କାଟିଙ୍ଗିଆ ଗ୍ରାମ ମୁଖ୍ୟା ପ୍ରେମା ବସ୍ତରାୟ, କାଟିଙ୍ଗିଆ ଜୁନିଅର କଲେଜ ଅଧକ୍ଷ ରଞ୍ଜନ ସିଂ, ଏ ଏନ୍ ଏମ୍ ବିଷ୍ଣୁପ୍ରିୟା ପ୍ରଧାନ, ସି ଏଚ୍ ଓ ସମୀକ୍ଷା ମନ୍ତ୍ରୀ, କାଟିଙ୍ଗିଆ ଅମ୍ବିକା ତିଳତମା ପ୍ରମୁଖ ଉପସ୍ଥିତ ରହିଥିଲେ । କାଟିଙ୍ଗିଆ ଓ କୁମ୍ଭାରି ଗାଁ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରୁ କିଶୋରୀ ବାଳିକାକୁ ନେଇ ବିଭିନ୍ନ ସଚେତନ ମୂଳକ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତା ମୂଲ୍ୟାଙ୍କନ ଆମଗାଁ ଅନୁଷ୍ଠାନର କର୍ମୀ ସୁବାସ ବଳିଆରସିଂ ଓ ଆରୋଗ୍ୟ ପ୍ଲସ ଡାକ୍ତର ଅମରଜୀତ୍ ବଳିଆରସିଂ ନୀୟୋଜିତ ହାଇ ଥିଲେ । କିଶୋରୀ ବାଳିକା ସାଂସ୍କୃତିକ ସଚେତନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତି ଯୋଗୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା । ସୁରମା ସଭାପତି କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଉଭୟ ପଞ୍ଚାୟତର ଅଙ୍ଗନୱାଡି଼ ଓ ଆଶାକର୍ମୀଙ୍କ ସହଯୋଗରେ କିଶୋରୀ ବାଳିକା ସଚେତନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

nis-ad
Leave A Reply

Your email address will not be published.