ସଡ଼କ ଦୁର୍ଘଟଣା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ବି ଏସ୍ ଏଫ ର ୧୪୨ ବାଟାଲିଆନ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୨୧ ଗ୍ରାମରେ ଘଟିଛି ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ୧୫ ଜାନୁଆରୀ ରାତ୍ର ୯:୩୦ ମିନିଟ ରେ କାଲିମେଳା ଓ ଭେଜିଙ୍ଗିୱାଡା ଲିଙ୍କ ରୋଡ଼ ମଧ୍ୟରେ ରହିଥିବା ଏମ୍ ପି ଭି ୨୧ ଗ୍ରାମର ବିଏସଏଫ କ୍ୟାମ୍ପ ସାମନାରେ ଏକ ଯାତ୍ରୀ ବାହୀ ଅଟୋ ରିକ୍ସା ଏବଂ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ଚିତ୍କାର ଶୁଣି ବି ଏସ ଏଫ ୧୪୨ ବାଟାଲିଆନ ଯବାନ ମାନେ ଘଟଣା ସ୍ଥଳକୁ ଆସି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ସହାୟତା କରିଥିଲେ । ଉକ୍ତ ଦୁର୍ଘଟଣା ରେ ମୋଟ ୮ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା,୩ ଜଣ ପୁରୁଷ ସହ ଜଣେ ଶିଶୁ ରହିଥିବା ସୂଚନା ମିଳିଛି । ଆହତ ଲୋକଙ୍କୁ ବିଏସ ଏଫ ଙ୍କ ଦ୍ଵାରା ପ୍ରାଥମିକ ଚିକତ୍ସା ଯୋଗାଇ ଦେବା ପରେ କାଲିମେଳା ଚିକତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଆଜିର ସୂଚନା ଅନୁଯାଇ କାଲିମେଳା ଚିକିତ୍ସାଳୟରେ ରହିଥିବା ସମସ୍ତ ଦୁର୍ଘଟଣା ଗ୍ରସ୍ତ ଲୋକେ ସୁସ୍ଥ ରହିଥିବା ଜଣାପଡିଛି । ଉକ୍ତ ଘଟଣା ରେ ୧୪୨ ବି ଏସ ଏଫ ବାଟାଲିଆନ ର ଯବାନ ଙ୍କ ଏଭଳି ନିସ୍ୱାର୍ଥପୂର୍ଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି ।

nis-ad
Leave A Reply

Your email address will not be published.