କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଷ୍ଟ୍ରବେରୀ ଚାଷ ପରିଦର୍ଶନ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ର କୁଟି ବାରି ଗାଁ ରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ଵାରା ନୂତନ ଭାବରେ କରାଯାଇଥିବା ଷ୍ଟ୍ରବେରି ଚାଷ କୁ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ ପରିଦର୍ଶନ କରିଛନ୍ତି l ଏହି ଚାଷ ଫିରିଙ୍ଗିଆ ବ୍ଲକ ରେ ପ୍ରଥମ ହୋଇଥିବା ବେଳେ ପ୍ରଶାସନ ତରଫରୁ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଛି l ଅନ୍ୟ ପଟେ ସ୍ଟବେରି ଚାଷ କରି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ରୋଜଗାର ପାଈ ପାରିବେ ଓ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ ଚେଷ୍ଟା ଚାଲିଥିବା ବେଳେ ଏହି ପରିଦର୍ଶନ ରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ , ଓ ଏଲ ଏମ୍ ର ସଂଗ୍ରାମ କେଶ୍ଵରୀ ସାହୁ , ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ବାଦଲ ନାୟକ ଏ ପି ଓ ସୁମନ୍ତ ଉଠାଣ ସିଂ ଯନ୍ତ୍ରୀ ଜୟ ପ୍ରକାଶ ଜେନା , କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର , ଓ ଅନ୍ୟ ମାନେ ସାମିଲ୍ ଥିଲେ l

nis-ad
Leave A Reply

Your email address will not be published.