ଦୁଇ ବରାହ ଶିକାରୀ ଗିରଫ

ଫୁଲବାଣୀ : ଦୁଇ ବାରହା ଶିକାରୀ ଗିରଫ । କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣା ନେଇ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ । ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗାଁର ବୁଲୁ ମଲିକ ବୋଲି ଜଣାପଡିଛି ।ଯାହା ସୂଚନା ରହିଛି ଜଙ୍ଗଲରେ ଏମାନେ ବାରହା ଶିକାର ପାଇଁ ଫାଶ ବିଛାଇଥିଲେ । ହେଲେ ଏଥିରେ ବାରହା ବଦଳରେ ହାତୀ ଲାଗିଯିବା ଫଳରେ ମୃତ୍ୟୁ ହୋଇଛି । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବନବିଭାଗ । ହାତୀ ମୃତ୍ୟୁର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଏଫ୍ଓ ପ୍ରଶାନ୍ତ ପଟେଲ I ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଦାଲତରେ ହାଜର କରାଯାଇ ଥିବା ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ l

nis-ad
Leave A Reply

Your email address will not be published.