ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଢ଼ିଙ୍କିଆ ଚାରିଦେଶ ସଂହତି ଦିବସ ପାଳନ…

ବ୍ରହ୍ମପୁର : ଗତ ଜାନୁଆରୀ ୧୪, ୨୦୨୨ରେ ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆରେ ସ୍ଥାନୀୟ ଜନସାଧାରଣ ନିଜର ଜୀବନ- ଜିବିକା ତଥା ଭିଟାମାଟି ର ସୁରକ୍ଷା ପାଇଁ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ନିଜ ନିଜର ପାନ ବରଜକୁ ଯାଉଥିବାବେଳେ ଓଡ଼ିଶା ପୋଲିସ୍ ଯେପରି ନିର୍ମମ ଲାଠିଚାଳନା କରିଥିଲା, ଆବାଳବୃଦ୍ଧବନିତା ତା’ର ଶୀକାର ହୋଇ ଲହୁ ଲୁହାଣ ହୋଇଥିଲେ, ତାହା ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ବୋଲି ଆଜି ବ୍ରହ୍ମପୁରଠାରେ ସଂଯୁକ୍ତ କୃଷକ ମୋର୍ଚ୍ଚା,ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ପ୍ରତିବାଦରେ ମତପ୍ରକାଶ ପାଇଛି ।

ଜିନ୍ଦଲ ପ୍ରତିରୋଧ ଆନ୍ଦୋଳନ କୁ ସଂହତି ଜଣାଇ “ଢ଼ିଙ୍କିଆ ଚାରିଦେଶ ସଂହତି ଦିବସ” ପାଳନ ମାଧ୍ୟମରେ କର୍ପୋରେଟ ସ୍ଵାର୍ଥରେ ବିଜେଡ଼ି ସରକାର ଯେପରି ରାଜ୍ୟର ଜମି, ଜଙ୍ଗଲ, ଖଣି ଓ ପାଣିକୁ ପୁଞ୍ଜିପତି ତଥା କର୍ପୋରେଟ ହାତରେ ଟେକି ଦେଉଛନ୍ତି ତାହା ସରକାରଙ୍କ ଜନବିରୋଧୀ ଚରିତ୍ରକୁ ପଦାରେ ପକାଇଛି,ଏବେ ମଧ୍ୟ ପୋଲିସ୍ ର ଆତଙ୍କରାଜ ଓ ମିଥ୍ୟା ମକଦ୍ଦମା ଜରିଆରେ ଗିରଫଦାରୀ ଚାଲୁ ରହିଛି।ଜିନ୍ଦଲ କମ୍ପାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ପୋରେଟ/କମ୍ପାନୀ ମାନଙ୍କ ସହିତ ହୋଇଥିବା ଜନବିରୋଧି ଚୁକ୍ତି ବାତିଲ କରିବା, ମିଥ୍ୟା ମକଦ୍ଦମାରେ ଗିରଫ ହୋଇଥିବା ଆନ୍ଦୋଳନକାରୀ ମାନଙ୍କୁ ମୁକ୍ତ କରିବା, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବନ୍ଦ କରିବା, ଗ୍ରାମସଭାର ଅଧିକାରକୁ ସମ୍ମାନ ଦେବାକୁ ଦାବି କରାଯାଇଛି l ଏହି ପ୍ରତିବାଦ ସଭାରେ ଏଆଇକେଏମଏସ ର କେନ୍ଦ୍ରୀୟ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅଖିଳ ଭାରତ କୃଷକ ସଭା ର ବର୍ଷିୟାନ କୃଷକ ନେତା ଶ୍ରୀହର୍ଷ ରଥ ଓ ନୀଳକଣ୍ଠ ଦାଶ, ଓଡ଼ିଶା କୃଷକ ସଭାର ଜିଲ୍ଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ଅଜୟ ଗୈାଡ, ଗୋପାଳ ପାଣିଗ୍ରାହୀ,କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର ଓ ଜିଲ୍ଲା କମିଟି ସଦସ୍ୟ ପେଦିନୀ ପାର୍ବତୀ,ଋଷିକୂଲ୍ୟା ରୟତ ମହାସଭା ର ନେତା ସୀମାଞ୍ଚଳ ନାହକ, ଏଆଇକେଏମକେଏସ ର ନେତା ପପୁନୁ ସାହୂ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା ଆଦି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.